ରେଢ଼ୁଆ କଲେଜରେ ଗ୍ରୀଲ ତାଡ଼ି ୨ ଲକ୍ଷରୁ ଅଧିକ ସାମଗ୍ରୀ ଚୋରୀ 

ରଘୁନାଥପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)- ରଘୁନାଥପୁର ଥାନା ରେଢ଼ୁଆସ୍ଥିତ ବୃନ୍ଦାବନ ଚନ୍ଦ୍ର ମହାବିଦ୍ୟାଳୟରେ ଗତ ରବିବାର ବିଳମ୍ବିତ ରାତିରେ ଦୁର୍ବୃତମାନେ ଅଫିସ ବାରଣ୍ଡା ଓ ଅଧ୍ୟକ୍ଷଙ୍କ  ଅଫିସ ରୁମ ର ଗ୍ରୀଲ ତାଲା ଭାଙ୍ଗି ୨ ଲକ୍ଷ ରୁ ଅଧିକ ସାମଗ୍ରୀ ଚୋରୀ କରି ନେଇଥିବା ରଘୁନାଥପୁର ଥାନାରେ ଅଭିଯୋଗ ହୋଇଛି । ସୂଚନା ଯୋଗ୍ୟ କି କଲେଜର ରାତି୍ରି ଜଗୁଆଳି ବିଳମ୍ବିତ ରାତିରେ ଅନ୍ୟ ଏକ ହଲର ବାରଣ୍ଡାରେ ଶୋଇଥିବାବେଳେ ଦୁର୍ବୃତମାନେ ଅଫିସ ବାରଣ୍ଡାରେ ଲାଗିଥିବା ଗ୍ରୀଲ ର କବଜାକୁ କଟର ସାହାଯ୍ୟରେ କାଟି ଭିତରେ ପସି ଅଧ୍ୟକ୍ଷ ଙ୍କ ରୁମ ବାହାରେ ଲାଗିଥିବା ଗ୍ରୀଲ ଓ କବାଟ ର କବଜା କାଟି ଅଫିସ ରେ ଥିବା ପ୍ରୋଜେକ୍ଟର ମେସିନ୍ , ସିସିଟିଭି କ୍ୟାମେରା, ମନିଟର, ୨ ଗୋଟି ବଡ଼ ଇନଭଟର ବ୍ୟାଟେରୀ , ଏକ ବଡ଼ ଏଲଇଡ଼ି ଟିଭି ସମେତ ବହୁ ଦାମି ଉପକରଣ ଚୋରୀ କରି ନେଇଥିଲେ ବି ରାତି୍ର ଜଗୁଆଳି ଏହାର ଟେର ପାଇନଥିଲା । ଆଜି ସକାଳୁ କଲେଜର ପିଅନ୍ ବଟକୃଷ୍ଣ ସ୍ୱାଇଁ କଲେଜକୁ ଆସି ଗ୍ରୀଲ କଙ୍କାଥିବା ଦେଖି ଅଧ୍ୟକ୍ଷ ଙ୍କୁ ଫୋନ୍ ଯୋଗେ ଜଣାଇଥିଲା । ଅଧ୍ୟକ୍ଷ ପ୍ରଫେସର ସରୋଜ କୁମାର ପଣ୍ଡା ତୁରନ୍ତ କଲେଜରେ ପହଂଚି ରଘୁନାଥପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ତିର୍ତୋଲ ଏସଡ଼ିପିଓ ଚିନ୍ମୟ ରାଉତ ଓ ଏସଆଇ ଯୋଗେଶ୍ୱର ବେହେରା ସନ୍ଧାନୀ କୁକୁର ସାହାଯ୍ୟରେ ଘଟଣାସ୍ଥଳରେ ପହଂଚି ତଦନ୍ତ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *