ଯାଜପୁର, ୧୯/୧୧/୨୦୨୫ (ଓଡ଼ିଶା ସମାଚାର)- ତାମିଲନାଡୁର କୋଏମ୍ବାଟୁର ତା ୧୯.୧୧.୨୦୨୫ ରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ପି.ଏମ କିଷାନର ୨୧ ତମ କିସ୍ତି ଲୋକାର୍ପଣ ଉପଲକ୍ଷେ ତାହାର ସିଧା ପ୍ରସାରଣ ଜିଲ୍ଲାସ୍ତରୀୟ ସମାନ୍ତରାଳ ପି.ଏମ କିଷାନ ଉତ୍ସବ ଦିବସରେ ପ୍ରସାରିତ କରାଯାଇଥିଲା।

ଉକ୍ତ ସମାରୋହ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତପନ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଅଛି।
ମାନ୍ୟବର ସାଂସଦ ଲୋକସଭା, ଯାଜପୁର ଡ଼ା. ରବୀନ୍ଦ୍ର ନାରାୟଣ ବେହେରା ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ। ଯାଜପୁର ଜିଲ୍ଲାର ମୋଟ ୧ ଲକ୍ଷ ୬୦ ହଜାର ୩୯୦ ଜଣ କୃଷକ ଏହି ୨୧ ତମ କିସ୍ତିରେ ୨୦୦୦ ହିସାବରେ ପି.ଏମ କିଷାନ ସମ୍ମାନ ନିଧି ସହାୟତା ପ୍ରାପ୍ତ କରିଛନ୍ତି। ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ତପନ କୁମାର ମହାପାତ୍ର ତଥା କୃଷି ବିଜ୍ଞାନ କେନ୍ଦ୍ର, ଯାଜପୁରଙ୍କ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ରର ଅଧିକାରୀ ଏହି କାର୍ଯ୍ୟକ୍ରମ ସିଧା ପ୍ରସାରଣର ଆୟୋଜନରେ ସହାୟତା କରିଥଲେ।

ଉକ୍ତ ସଭାରେ ମାନ୍ୟବର ସାଂସଦଙ୍କ ପ୍ରତିନିଧି ଶ୍ରୀ ଜିତେନ୍ଦ୍ର କୁମାର ବିଶ୍ବାଳ, ପ୍ରକଳ୍ପ ନିର୍ଦ୍ଦେଶକ,ଜଳ ବିଭାଜିକା,ଶ୍ରୀ ରମାକାନ୍ତ ପରିଡ଼ା, କୃଷି ଜିଲ୍ଲା ଅଧିକାରୀ, ଯାଜପୁର ଶ୍ରୀ ପୀୟୁଷ ପଲ୍ଲଭ ପରିଡ଼ା, ସବ୍ ଡିଭିଜନଆଲ ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା. ସୁଶାନ୍ତ କୁମାର ବେହେରା, ଅତିରିକ୍ତ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଡ଼ା. ରଞ୍ଜିତ କୁମାର ସାହୁ, ବରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର,ମୁଖ୍ୟ ଡ଼ା. ସୁନିଲ କୁମାର ମହପାତ୍ର, ସମସ୍ତ ବ୍ଲକ୍ ସ୍ତରୀୟ ଓ ଜିଲ୍ଳା ସ୍ତରୀୟ କୃଷି ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମ କୁ ଜିଲ୍ଲାର ସମସ୍ତ ବ୍ଲକରୁ ମୋଟ ୧୦୦ ରୁ ଉର୍ଦ୍ଧ୍ୱ କୃଷକ ଓ କୃଷିଜୀବି ମହିଳାମାନେ ସଳଖ ପ୍ରସାରଣ ରେ ଦେଖିଥିଲେ।

