ଗରଦପୁର, ୨୦/୧୧/୨୦୨୩ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ଜିରାଳସ୍ଥିତ କାମେଶ୍ୱର ମହାଦେବଙ୍କ ଜାଗର ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଆୟୋଜିତ ବୈଠକରେ ଅନୁଷ୍ଠାନର ଚାରିଟେବୁଲ ଟ୍ରଷ୍ଟର ସଭାପତି ରମେଶ ଚନ୍ଦ୍ର ବେହେରା ସଭାପତିତ୍ୱ କରିଥିଲେ । ଜାଗର ଯାତ୍ରା ଓ ମେଳା କିପରି ଶାନ୍ତି ଶୃଙ୍ଖଳାର ସହିତ କରାଯିବ ତାହା ଉପରେ ସଭ୍ୟମାନେ ଆଲୋଚନା କରିଥିଲେ । ଗାଡ଼ି ପାର୍କିଂ ର ବ୍ୟବସ୍ଥା , ଅପେରା ପାର୍ଟି ରହଣି ଓ ଅନୁମତି , ଅସ୍ଥାୟୀ ଦୋକାନ ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋଚନା କରାଯାଇ ବିଭିନ୍ନ ବିଭାଗ ବଂଟନ କରାଯାଇଥିଲା । ଜାଗର ଯାତ୍ରାର ଶୃଙ୍ଖଳିତ ପରିଚାଳନା ପାଇଁ ସଭାପତି ଶ୍ରୀ ବେହେରା ସମସ୍ତଙ୍କ ସହଯୋଗ କାମନା କରିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟର ସମ୍ପାଦକ ବିଭୁ ପ୍ରସାଦ ପରିଡ଼ା, କୋଷାଧ୍ୟକ୍ଷ ସରୋଜକାନ୍ତ ବିଶ୍ୱାଳ, ଟ୍ରଷ୍ଟି ପ୍ରକାଶ ଚନ୍ଦ୍ର ମୁଦୁଲୀ, ବିଜୟ ମାହାଳି, ରମାକାନ୍ତ ମାହାଳୀ, ରଶ୍ମିରଂଜନ ମାହାଳୀ, ହେମନ୍ତ ପରିଡ଼ା, ତପନ ବାରିକ, ଦେବେନ୍ଦ୍ର ମାହାଳୀ, ବେଣୁଧର ବିଶ୍ୱାଳ , ଜଟାଧାରୀ ବେହେରା, ପ୍ରଭାତ ବିଶ୍ୱାଳ, ଅମର ମାହାଳୀ ପ୍ରମୁଖ ଉପସ୍ଥିତ ଥିଲେ । ଉଲେଖନୀୟ ଏହିକି ରାଜ୍ୟ ସରକାରଙ୍କ ତରଫରୁ କାମେଶ୍ୱର ଶୈବ ପିଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଛି ଏବଂ ପ୍ରତିବର୍ଷ ଜାଗର ଯାତ୍ରାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଏଠାରେ ଏକତ୍ରିତ ହୋଇଥାନ୍ତି ।
କାମେଶ୍ୱରଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ
