ଦ୍ୱିତୀୟ ଜୀତେନ୍ ବରାଳ ସ୍ମରକି ରାଜ୍ୟସ୍ତରୀୟ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ।

ନିମାପଡ଼ା ୧୮/୦୫/୨୦୨୬ (ଓଡ଼ିଶା ସମାଚାର)- ଦ୍ବିତୀୟ ଜିତେନ୍ ବରାଳ ସ୍ମାରକୀ ଏକ ଦିବସୀୟ ଦିବାରାତ୍ର ରାଜ୍ୟସ୍ତରୀୟ ଭଲିବଲ ପ୍ରତିଯୋଗିତା ନିମାପଡା ଆଥଲେଟିକ ଆସୋସିଏସନ ଆନୁକୂଲ୍ୟରେ ବାରବାଟୀ ପଡିଆ ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏହି ପ୍ରତିଯୋଗିତାରେ ନାଗପୁର ସ୍ପୋର୍ଟସ କ୍ଲବ,ମା ଭବାନୀ ଆସୋସିଏସନ୍,ଗୋପ,ମହାବିର ଭଲିବଲ କ୍ଲବ୍,ଅଲଣ୍ଡା, ନିମାପଡ଼ା ଆଥେଲେଟିକ ଆସିଏସନ, ନିମାପଡ଼ା, ସ୍ପୋର୍ଟସ କ୍ଳବ ପୁରୀ,ସ୍ପୋର୍ଟସ କ୍ଳବ,ସରକଣା ଭଳି ୬ଟି ଦଳ ଅଂଶ ଗ୍ରହଣ କରିଥିଲେ। ୬ଟି ଦଳ ଭିତରୁ ସମସ୍ତଙ୍କୁ ପଛରେ ପକାଇ ମା ଭବାନୀ ଆସୋସିଏସନ୍,ଗୋପ ଓ ନିମାପଡ଼ା ଆଥେଲେଟିକ ଆସୋସିଏସନ୍ ଫାଇନାଲରେ ପ୍ରବେଶ କରିଥିଲେ।

ଫାଇନାଲ ମ୍ୟାଚରେ ନିମାପଡ଼ା ଆଥେଲେଟିକ ଆସୋସିଏସନ୍ ମା ଭବାନୀ ଆସୋସିଏସନ୍ ଗୋପ କୁ ୨/୦ରେ ପରାସ୍ତକରି ଚମ୍ପିଆନ ହୋଇଥିଲା।ଏହି ପ୍ରତିଯୋଗିତାରେ ମ୍ୟାଚ ରେଫରୀ ଭାବେ ସୁକାନ୍ତ କୁମାର ନାୟକ,ରୋସନ କୁମାର ସାହୁ , ପ୍ରଦିପ୍ତ କୁମାର ପଣ୍ଡା ଓ ସୁଶାନ୍ତ କୁମାର ମିଶ୍ର ଖେଳକୁ ସଠିକ ଭାବେ ପରିଚାଳନା କରିଥିଲେ। ମ୍ୟାନ ଅଫ ଦି ମ୍ୟାଚ ନିମାପଡ଼ା ଟିମ୍ ର ପପୁ, ବେଷ୍ଟ ସେଟର ନିମାପଡ଼ା ଟିମ୍ ର ସିପୁ ହୋଇଥିବା ବେଳେ ଗୋପ ଟିମ୍ ର ବେଷ୍ଟ ଆଟାକର ମୋହନ,ବେଷ୍ଟ ଲିବେରୋ ନିମାପଡ଼ା ଟିମ୍ ର ଆଲୋକ ହୋଇଥିଲେ।

ଏହି ଅବସରରେ ପୂର୍ବତନ ଭଲି ଖେଳାଳୀ ଲକ୍ଷ୍ମୀଧର ବେହେରା, ଲକ୍ଷ୍ମୀକାନ୍ତ ସାମନ୍ତରାୟ, ନିଜାମ୍ ଅଲ୍ଲୀଖାନ,କିମନ ମହାନ୍ତିଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା।ଏହି ପ୍ରତିଯୋଗିତାରେ ଅତିଥି ଭାବେ ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସମହାପାତ୍ର , ଆଥେଲେଟିକ ଆସୋସିଏସନ୍ ସଭାପତି ତଥା ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାଶ, ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ, ନିମାପଡ଼ା ପ୍ରେସ୍ କ୍ଲବ୍ ସଭାପତି ଅକ୍ଷୟ ବେହେରା, ଶିକ୍ଷାବିତ୍ ଜଗତ ପ୍ରସାଦ ସାବୁତ୍, ସିନିୟର୍ ଭଲିବଲ କୋଚ୍ ଅଜୟ କୁମାର ତ୍ରିପାଠୀ,ପ୍ରମୁଖ ଯୋଗଦେଇ ସ୍ବର୍ଗତ ଜିତେନ ବରାଳଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ଦେଇଥିଲେ।ବିଜେତା ଦଳକୁ ୭ହଜାର ଟଙ୍କା ସହିତ ଟ୍ରଫି ଏବଂ ଉପବିଜେତା ଦଳକୁ ୫ହଜାର ଟଙ୍କା ସହିତ ଟ୍ରଫି ପ୍ରଦାନ କରା ଯାଇଥିଲା। ନିମାପଡା ଆଥେଲେଟିକ ଆସୋସିଏସନ୍ ପକ୍ଷରୁ କାର୍ୟ୍ୟ କାରୀ ସଭାପତି ଧିରେନ ବରାଳ ଓ ସମ୍ପାଦକ ଜିବନାନନ୍ଦ ମହାପାତ୍ର ପ୍ରତିଯୋଗିତାର ସମସ୍ତ କାର୍ୟ୍ୟକ୍ରମକୁ ସୁପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *