ଟାଙ୍ଗୀ , ୦୨/୦୧/୨୦୨ ୪ (ଓଡ଼ିଶା ସମାଚାର)- ସ୍ଥାନୀୟ କୁଞ୍ଜୁରୀ ପଞ୍ଚାୟତରେ ଦୀର୍ଘ ସପ୍ତାହଵ୍ୟାପୀ ଚାଲିଥିବା ମା’ ବନ ଦୁର୍ଗା ଡାୟୀନମିକ କ୍ଲବ ଆଡିପଡ଼ା କ୍ରିକେଟ ଟୁର୍ନାମେଣ୍ଟର ଆଜି ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ମ୍ୟାଚରେ ଟେମ୍ପୁଲସିଟି ୱାରିୟାର୍ସ ଓ ରୋଶନ ଚେଲେଞ୍ଜର୍ସ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଟସ ଜିତି ଟେମ୍ପୁଲସିଟି ୱାରିୟାର୍ସ ଦଳ ବ୍ୟାଟିଂର ନିଷ୍ପତି ନେଇ ନିର୍ଦ୍ଧାରିତ ୧୨ଓଭରରେ ୦୭ଉଇକେଟ ବିନିମୟ ରେ ୧୬୦ ରନ ସଂଗ୍ରହ କରିଥିଲା ।ଏହାର ଜବାବରେ ରୋଶନ ଚେଲେଞ୍ଜର ୧୨ଓଭର ଖେଳି ୬ଉଇକେଟ ବିନିମୟରେ ମାତ୍ର ୧୪୨ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇପାରି ଥିଲେ |ଫଳରେ ଟେମ୍ପୁଲସିଟି ୱାରିୟାର୍ସ ଦଳ ଚଳିତ ବର୍ଷର ବିଜେତା ହୋଇଛି । ମୁଖ୍ୟ ଅତିଥି ଭାବରେ ରାଜ୍ୟ ବିଜୁ ମହିଳା ଜନତା ଦଳର ବରିଷ୍ଠ ଉପସଭାପତି ବାସନ୍ତୀ ମହାପାତ୍ର ଯୋଗଦେଇ ଅଭିଭାଷଣ ଖେଳ ସୁନ୍ଦର ସ୍ୱାସ୍ଥ୍ୟ, ମାନସିକ ସ୍ଥିରତା, ଏକାଗ୍ରତା ଏବଂ ଭାଇଚାରା ଭାବସୃଷ୍ଟି କରିବାସହ ଖେଳ ଓ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ପରେ ଅନୁଷ୍ଠାନ ପକ୍ଷରୁ ଉଭୟ ବିଜେତା ଓ ଉପବିଜେତା ଦଳକୁ ଟ୍ରଫିସହ ନଗଦ ଅର୍ଥରାଶି ପ୍ରଦାନ କରିଥିଲେ । ସଭାପତି ପ୍ରକାଶ ରାଉତ, ସେକ୍ରେଟେରି ସୁରୀୟ କାନ୍ତ ବିଶ୍ୱାଳ ଙ୍କ ତତ୍ୱରେ କାର୍ଯ୍ୟ ହୋଇଥିଲା । ଆଲୋକ ସାମନ୍ତସିଂହାର ଏବଂ ସୁମନ୍ତ ବିଶ୍ୱାଳ ଖେଳକୁ ପରିଚାଳନା କରିଥିଲ । ମ୍ୟାନ ଅଫ ଦି ମ୍ୟାଚ ଶୁଭମ ସାମନ୍ତସିଂହାର ମ୍ୟାନ ଅଫ ଦି ସିରିଜ ଚିନା ଅରିସଲ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା । ଟୁର୍ନାମେଣ୍ଟ ରେ ଉତ୍ତମ ପ୍ରଦର୍ଶନ କରିଥିବା ରାଜା ମହାପାତ୍ର ଏବଂ ମହେନ୍ଦ୍ର ଅରିସଲ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।