ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ

 ବଜରଙ୍ଗୀ ଏଫସିକୁ ହରାଇ ୟୁନାଇଟେଡ଼ ଏଫସି ଚମ୍ପିୟାନ

ନିମାପଡା,୦୫/୦୨/୨୦୨୫ (ଓଡ଼ିଶା ସମାଚାର)- ନିମାପଡା ଆଥଲେଟିକ ଆସୋସିଏସନ ଦ୍ୱାରା ଆୟୋଜିତ  ୧୦ମ  ପଦ୍ମଚରଣ ସ୍ମାରକୀ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ବାରବାଟି ମିନି ଷ୍ଟାଡିଅମରେ ବୁଧବାର ଅପରାହ୍ନ ୩ ଘଟିକା ସମୟରେ  ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି l ୟୁନାଇଟେଡ଼ ଏଫସି ଗଣ୍ଡରପୁର ଭୁବନେଶ୍ୱର ଏବଂ  ବଜରଙ୍ଗୀ ଏଫସି ଘାଟିକିଆ ଭୁବନେଶ୍ୱର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ବଜରଙ୍ଗୀ ଏଫସି ଘାଟିକିଆକୁ  ୨ –   ୩ ଗୋଲରେ ହରାଇ ୟୁନାଇଟେଡ଼ ଏଫସି ଗଣ୍ଡରପୁର ଚଳିତବର୍ଷ  ଚମ୍ପିୟାନ ହୋଇଛି l ବିଜେତା ଉପୁପି ୟୁନାଇଟେଡ଼ ଏଫସିକୁ ନଗଦ ଅର୍ଥରାଶି ଟ୪0,000ଙ୍କା ସହ ଟ୍ରଫି ଏବଂ ଉପ ବିଜେତା ବଜରଙ୍ଗୀ ଏଫସିକୁ ନଗଦ ଅର୍ଥରାଶି ଟ୨0,000ଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି l  ଶ୍ରେଷ୍ଠ ଖେଳ ପ୍ରଦର୍ଶନ ନିମନ୍ତେ  ୟୁନାଇଟେଡ଼ ଏଫସିର ଖେଳାଳି ବାପୁନି ବିନ୍ଧାଣୀଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବେ ସ୍ୱତନ୍ତ୍ର  ପୁରସ୍କୃତ କରାଯାଇଥିଲା l ଅତିଥି ଆଥଲେଟିକ ଆସୋସିଏସନ ସଭାପତି ଭାବେ ସମୀର ଦାଶ, ଓଡିଶା ଶିଶୁ ସୁରକ୍ଷା ନ୍ୟାୟ ପରିଷଦର ସଦସ୍ୟ ଡାକ୍ତର ବେଣୁଧର ସେନାପତି,ଜଗତ ପ୍ରସାଦ ପୂର୍ବତନ ଖେଳାଳି ଧିରେନ ବରାଳ , ଧିରେନ ବରାଳ, ଆଥଲେଟିକ ଆସୋସିଏସନ ଉପସଭାପତି ଦୋଳଗୋବିନ୍ଦ ସେଠୀ,ସମ୍ପାଦକ ଜୀବନାନନ୍ଦ ମହାପାତ୍ର, ଫୁଟବଲ ସମ୍ପାଦକ ପ୍ରକାଶ ବରାଳ, କ୍ରିକେଟ ସମ୍ପାଦକ ଅକ୍ଷୟ ବେହେରା ଏବଂ ଉପଦେଷ୍ଟା ମହେନ୍ଦ୍ର ସିଂ ଭାଟିଆ ପ୍ରମୁଖ  ଯୋଗଦେଇଥିଲେ l ଖେଳ ପରିଚାଳନା କରିଥିଲେ ରେଫରି ଦୈତାରୀ କରୁଆ ଓ  ସହଯୋଗ କରିଥିଲେ ସୁଦୀପ୍ତ ଦାଶ  ଓ ଏମଡ଼ି ସାକଲିନି  l ୪ର୍ଥ ରେଫରି ଥିଲେ ସମର ବରାଳ  l.

Leave a Reply

Your email address will not be published. Required fields are marked *