କଟକ ସଦର,୧୮/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ସଉରି ଗ୍ରାମର ତଥା ଵହୁଗ୍ରାମ କଲେଜର ଛାତ୍ର ଶୁଭମ୍ ସାହୁ (୧୮) ଆଜି ସୋମବାର ଦିନ ସାଙ୍ଗମାନଙ୍କ ସହିତ ଵିରୁପା ନଦୀକୁ ଗାଧୋଇବାକୁ ଯାଇଁ ନିଖୋଜ ହୋଇଥିଵା ଜଣାପଡିଛି।

ନିଖୋଜ ଛାତ୍ର ଶୁଭମ୍ ସାଙ୍ଗମାନଙ୍କ ସହିତ ଵିରୁପା ନଦୀର ଭଟିମୁଣ୍ଡା ଵ୍ୟାରେଜ ନିକଟକୁ ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଛନ୍ତି। ଖଵର ପାଇ ସାଲେପୁର ଅଗ୍ନିଶମ ବିଭାଗ ଟିମ୍ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ନିଖୋଜ ଛାତ୍ର ଙ୍କ ସନ୍ଧାନ ମିଳି ପାରି ନଥିବା ଜଣାପଡ଼ିଛି।
