ସାଲେପୁର,୨୮/୮/୨୦୨୪ (ଓଡିଶା ସମାଚାର /ଅଭୟ ଜେନା )-ବହୁ ଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ମାମଲାର ରାୟ ଆଜି ପ୍ରକାଶ ପାଇଛି। ମାହାଙ୍ଗା ଡବଲ ମର୍ଡର ମାମଲାରେ ସାଲେପୁର ଏଡିଜେ କୋର୍ଟ ନଅ ଜଣ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଆଉ ଜଣେ ଅଭିଯୁକ୍ତ ଙ୍କୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।
ଏଠାରେ ଉଲ୍ଲେଖନୀୟ ଯେ , ୨୦୨୧ ଜାନୁଆରୀ ୨ ତାରିଖରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୁଳମଣି ବରାଳ (୭୫) ଓ ତାଙ୍କ ସହଯୋଗୀ ଦିବ୍ୟ ସିଂହ ବରାଳ ( ୮୨)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ରାଜନୈତିକ ଅଭିସନ୍ଧି ତଥା ଆବାସ ଯୋଜନାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଥିବା ବେଳେ ଏହି ମାମଲାରେ ୧୩ ଜଣଙ୍କ ନାମରେ ମାହାଙ୍ଗା ଥାନାରେ ଅଭିଯୋଗ ହୋଇଥିଲା। ଏହି ଘଟଣା ରେ ତତକାଳୀନ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଧରେ ମଧ୍ୟ ମାମଲା ହୋଇଥିଲା। ତେବେ ପ୍ରତାପ ଜେନାଙ୍କ ମାମଲା ଏବେ ହାଇକୋର୍ଟ ରେ ବିଚାରାଧୀନ ରହିଥିବା ଜଣାଯାଇଛି।