ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟନାୟକଙ୍କ ପତ୍ନୀ ସାରସ୍ୱତ ସାଧିକା ଇନ୍ଦିରା ପଟନାୟକଙ୍କ ବିୟୋଗ

ଭୁବନେଶ୍ୱର,୧୩/୦୯/୨୦୨୫ (ଓଡ଼ିଶା ସମାଚାର)- ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜ ର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ବର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ, ବରିଷ୍ଠ ସମାଜସେବୀକା, ଉତ୍କଳ ମହିଳା ସମିତିର ଆଜୀବନ ସଦସ୍ୟା, ପୂଜ୍ୟ ପୂଜାପ୍ରାଣ, ସମାଜ ସଂସ୍କାରକ ଇନ୍ଦିରା ପଟନାୟକଙ୍କ  ୭୦ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲ ରେ ବିୟୋଗ ଘଟିଛି । ଆଜ୍ମା ଓ ଶାରୀରିକ ଅସୁସ୍ଥତା ହେତୁ ଚିକିତ୍ସିତ ହେଉଥିଲେ । ଉକ୍ତ ବିୟୋଗ ଖବର ପାଇ ରାଜ୍ୟର ବିଶିଷ୍ଟ ବ୍ୟକ୍ତିବିଶେଷ, ସଂଗଠନ ପ୍ରମୁଖ ତାଙ୍କ ଖାରବେଳ ନଗର ବାସଭବନ ଯାଇ ଅନ୍ତିମ ଦର୍ଶନ କରିଥିଲେ ।

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡିଶା ନାଗରିକ ମହାମଞ୍ଚ, ସାମ୍ବାଦିକ ସଂଗଠନ ସମୂହ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ ଇନ୍ଦିରାଙ୍କ ସାମାଜିକ କାର୍ଯ୍ୟ,ପୂଜ୍ୟପୂଜା, ଭାଷା, ମହିଳା ମାନଙ୍କ ପାଇଁ ବିଶେଷ କାର୍ଯ୍ୟକ୍ରମ ହାତକୁ ନେବା ସହିତ, ସେ ଜଣେ ଅତ୍ୟନ୍ତ ମେଳାପୀ, ମିଷ୍ଠ ଭାଷୀ ବ୍ୟକ୍ତିତ୍ୱ ର ଅଧିକାରିଣୀ ବୋଲି ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତି ଚାରଣ ପୂର୍ବକ ଗଣମାଧ୍ୟମ କୁ ସୂଚନା ଦେଇଥିଲେ । ସମଗ୍ର ମାନବ ଜାତିର କଲ୍ୟାଣ ସହିତ ଅସହାୟ, ଦୁସ୍ଥ ବ୍ୟକ୍ତି ବିଶେଷ ଙ୍କ ବହୁ କଲ୍ୟାଣ ପାଇଁ ସେ ଚିର ସ୍ମରଣୀୟା ହୋଇ ରହିବେ ବୋଲି କହିଥିଲେ । ସମାଜ ର ନିଷ୍ପେସିତ, ଅବହେଳିତ ମହିଳା ଓ ବ୍ୟକ୍ତି ମାନଙ୍କ ପାଇଁ ତାଙ୍କର ନୀରବ କାର୍ଯ୍ୟକ୍ରମ ଥିଲା ଅତୁଳନୀୟ ।

ବିଧାୟକ ଅନନ୍ତ ନାରାୟଣ ଜେନା, ଏକାମ୍ର ବିଧାୟକ ବାବୁ ସିଂ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ବିଭୁତି ଭୂଷଣ କର, ସିନେ ସମୀକ୍ଷକ ଦିଲୀପ ହାଲି, ବିଜେପି ନେତା ଜଗନ୍ନାଥ ପଟନାୟକ,ସମ୍ପାଦକ ଦୁର୍ଗା ସାମନ୍ତରାୟ ଶ୍ରୀଧର ମାର୍ଥା, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖ ପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା, ସାମ୍ବାଦିକ ପ୍ରସନ୍ନ ପତି,ପ୍ରଭୁ କଲ୍ୟାଣ ମହାପାତ୍ର, ସାମାଜିକ କର୍ମୀ କ୍ରାନ୍ତି କୁମାର ସକ୍ସେନା, ଶ୍ରୀଧର ମାର୍ଥା, ଚଳଚିତ୍ର ନିର୍ଦ୍ଧେଶକ ହିମାଂଶୁ ଖଟୁଆ, ଗାନ୍ଧିବାଦୀ ପ୍ରହ୍ଲାଦ ସିଂ,ରବୀନ୍ଦ୍ର ରଣା,ପ୍ରସନ୍ନ କୁମାର ବିଶୋଇ,ଭାଷାପ୍ରାଣ ଯତୀନ୍ଦ୍ର ମୋହନ ଛୋଟରାୟ, ସରୋଜ ପଟନାୟକ, ସାହିତ୍ୟିକା ଜୟଶ୍ରୀ ଦାସ, ସମିତା ମହାରଣାଙ୍କ ସହିତ ବହୁ ବ୍ୟକ୍ତି ବିଶେଷ, ସଂଗଠନ ଉପସ୍ଥିତ ରହିବା ସହ ଅନ୍ତିମ ଦର୍ଶନ କରିଥିଲେ । ଏକମାତ୍ର ପୁତ୍ର ପରାଗ ପଟନାୟକ ଉପସ୍ଥିତ ରହିବା ସହ ପୁରୀ ସ୍ୱର୍ଗଦ୍ୱାର ଠାରେ ମୁଖାଗ୍ନି ଦେବା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *