ସଂକଳ୍ପ ର ସାମ୍ପ୍ରତିକ ଓଡ଼ିଆ ନାଟକ ଓ ମାନବିକ ମୁଲ୍ୟବୋଧ ଆଲୋଚନାଚକ୍ର…

ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଆମକୁ ସଂସ୍କାରିତ କରିଛି …

ରାଉରକେଲା, ୨୦/୦୩/୨୦୨୪ (ଓଡ଼ିଶା ସମାଚାର)- ନାଟକ ଏକ ଶିକ୍ଷଣୀୟ ମାଧ୍ୟମ ଓ ଏହା ଆମକୁ ସଂସ୍କାରିତ କରିଛି। ମାନବିକତା ଉଦଯିପିତ ଥିବା ପର୍ଯ୍ୟନ୍ତ ମୂଲ୍ୟବୋଧ ବଞ୍ଚିରହିବ ବୋଲି ଆଲୋଚକ ମାନେ ମତପ୍ରକାଶ କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ଓଡ଼ିଶା ସରକାରଙ୍କ ପୃଷ୍ଠପୋଷକତାରେ ସାଂସ୍କୃତିକ କଳା ପରିଷଦ ‘ସଂକଳ୍ପ’ ଦ୍ବାରା ଆୟୋଜିତ ଆଲୋଚନାଚକ୍ର ସାମ୍ପ୍ରତିକ ଓଡ଼ିଆ ନାଟକ ଓ ମାନବିକ ମୁଲ୍ୟବୋଧ ରେ ଉପରୋକ୍ତ ମତ ପ୍ରକାଶ ପାଇଥିଲା। ଛେଣ୍ଡ ସ୍ଥିତ ଗୋପବନ୍ଧୁ ପାଠାଗାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂକଳ୍ପ ର ସଭାପତି ଡ କିଶୋରୀ ଦାଶ ଙ୍କ ସଭାପତିତ୍ବ, ସାଧାରଣ ସମ୍ପାଦକ ସରୋଜ ଚନ୍ଦ୍ର କବି ଙ୍କ ଆବାହକତ୍ଵରେ ଆୟୋଜିତ ହୋଇଥିବା ଏହି ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ଆଲୋଚକଭାବେ ଡ ସମର ମୁଦାଲି ଓ ରାଜୀବ ପାଣି ଯୋଗଦେଇଥିବା ବେଳେ ସ୍ବତନ୍ତ୍ର ଅତିଥି ଭାବେ ଅନୁଷ୍ଠାନର ଅଧ୍ୟକ୍ଷା ମଞ୍ଜୁ ମୁଖାର୍ଜୀ ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟଅତିଥି ଡାକ୍ତର ମହାପାତ୍ର ତାଙ୍କ ବକ୍ତବ୍ୟରେ ପ୍ରତ୍ୟେକ ମଣିଷ ଜଣେ ଜଣେ ନାଟ୍ୟକାର ଓ ପୃଥିବୀର ଶ୍ରେଷ୍ଠ ନାଟ୍ୟକାର ସ୍ବୟଂ ଭଗବାନ ତଥା ମାନବୀୟ ମୂଲ୍ୟବୋଧ ସବୁବେଳେ ଚିରଞ୍ଜିବୀ , ମାନବିକତା ଉଦଯିପିତ ଥିବା ପର୍ଯ୍ୟନ୍ତ ମୂଲ୍ୟବୋଧ ବଞ୍ଚିରହିବ ବୋଲି ମତ ରଖିଥିଲେ। ଆଲୋଚକ ଡ ମୁଦାଲି ତାଙ୍କ ବକ୍ତବ୍ୟରେ ନାଟକ ଏକ ମନ ମୁଗ୍ଧକର ଚିତ୍ରଶାଳା, ନାଟକ ମନୋରଞ୍ଜନ ନୁହେଁ ଚିତ୍ତରଞ୍ଜନ ହୋଇଥାଏ। ନାଟକରେ ନାଟ୍ୟକାରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ପିଲାଟିଏ ପ୍ରଥମେ ପରିବାର, ପରେ ସମାଜ ଓ ବିଦ୍ୟାଳୟ ଠାରୁ ଶିକ୍ଷା ଲାଭ କରି ସଂସ୍କାରିତ ହୋଇଥାଏ। ମଣିଷର ଭଲଗୁଣ କୁ ଅନ୍ୟ ଯେଉଁମାନେ ଗ୍ରହଣ କରନ୍ତି ତାହାହିଁ ମୂଲ୍ୟବୋଧ ବୋଲି ମତ ରଖିଥିଲେ।

ଅନ୍ୟତମ ଆଲୋଚକ ଶ୍ରୀ ପାଣି ତାଙ୍କ ବକ୍ତବ୍ୟରେ କହିଲେ ଯେ ନାଟକ ଆମକୁ ସଂସ୍କାରିତ କରିଥାଏ। ଏହା ସହ ସେ ପ୍ରାପ୍ତି ଅପ୍ରାପ୍ତି, ଚିରନ୍ତନ ଦ୍ବନ୍ଦ, ସଂସ୍କୃତି କିପରି ଉପଭୋକ୍ତାବାଦ ରେ ପହଞ୍ଚିଛି ଓ ସମ୍ପ୍ରତି ନାଟକରେ ମୂଲ୍ୟବୋଧ ର କିପରି ଅବକ୍ଷୟ ଘଟିଛି ସେ ସମ୍ପର୍କରେ ଆଲୋଚନା କରିଥିଲେ। ସଭାପତିତ୍ବ ଅଭିଭାଷଣ ରେ ଡ ଦାଶ ପ୍ରେମ ହେଉଛି ମୂଲ୍ୟବୋଧ ଓ ଦୟା, କ୍ଷମା, ଭଲପାଇବା ରହିଲେ ମାନବିକ ମୁଲ୍ୟବୋଧ ହୋଇଥାଏ ଯାହା ନାଟକରେ ରହିବା ଦରକାର ବୋଲି ମତ ରଖିଥିଲେ। ଏହି ଅବସରରେ ଶ୍ରୋତାଙ୍କ ମଧ୍ୟରେ ରାଜକୁମାର ମହାନ୍ତି ଓ ଶର୍ମିଷ୍ଠା କବିଶତପଥୀ ଆଲୋଚ୍ୟ ବିଷୟ ସମ୍ପର୍କରେ ମତ ରଖିଥିଲେ। ବରିଷ୍ଠ କର୍ମକର୍ତ୍ତା ପ୍ରବୀର ମିଶ୍ର ଆଲୋଚନାଚକ୍ର ର ଉଦ୍ଦେଶ୍ୟ ଓ ଆବଶ୍ୟକତା ସମ୍ପର୍କରେ ପ୍ରାକ୍ ସୂଚନା ଦେବାସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।  ସର୍ବଶ୍ରୀ ଅକ୍ଷୟ ଧଳ,କୁଞ୍ଜନଲାଲ ବୋଷ, ଦିପ୍ତିରଞ୍ଜନ ବାରିକ, ପ୍ରିୟଦର୍ଶନ ରାଉତ , ଦିବ୍ୟେନ୍ଦୁ କୁଣ୍ଡୁ, ପ୍ରମିଳା ଜେନା , ରଶ୍ମି ରେଖା ଦାସ , ଅଞ୍ଜଳି ଜେନା, ବାସନ୍ତୀ ଦାସ, ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବା ବେଳେ ଓ ଅନ୍ୟମାନଙ୍କ ମଧ୍ୟରେ ଗିରିଜା ଶଙ୍କର ଗୋସ୍ୱାମୀ, ଆଲୋକ ବୋଷ, ସତ୍ୟରଞ୍ଜନ ବେହେରା, ସତ୍ୟ ମିଶ୍ର, ଅଶୋକ ବଳ, ପ୍ରଫୁଲ୍ଲ ସେଠୀ, ପ୍ରଭାକର ପାତ୍ର,ଶରତ ଧଳ,ଡ଼ଃ ସୁଶାନ୍ତ ପାଣି, ସୁରେନ୍ଦ୍ର ପାଢ଼ୀ, ପ୍ରଳୟ ଶତପଥୀ, ଅଶୋକ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ, ନବଘନ ସାହୁ, ରାଧାମୋହନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *