ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ

#     ନିର୍ମାଣ କାର୍ଯ୍ୟର ଉନ୍ନତ ମାନ ବଜାୟ ରଖି ଧାର୍ଯ୍ୟ ସମୟସୀମା ମଧ୍ୟରେ କାର୍ଯ୍ୟ ସାରିବା ପାଇଁ ଶାସନ ସଚିବଙ୍କ ନିର୍ଦ୍ଦେଶ

#     ଆର୍ଥିକ ଲକ୍ଷ୍ୟ ପୂରଣ ପ୍ରତି ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୦୫/୦୬/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଲୋକସେବା ଭବନସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଯାମିନୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାର   ଗ୍ରାମ୍ୟ ଉନ୍ନୟନ ବିଭାଗର କାର୍ଯ୍ୟ ସମୀକ୍ଷା କରାଯାଇଥିଲା ।

ଏହି ସମୀକ୍ଷା ବୈଠକ ରେ ଚଳିତ ଆର୍ଥିକ ବର୍ଷରେ ନାବାର୍ଡ-ଆର୍ ଆଇଡ଼ିଏଫ୍, ପିଏମ୍ ଜନ୍ ମନ୍, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ମୁଖ୍ୟମନ୍ତ୍ରୀ ସଡକ ଯୋଜନା, କୋଠାବାଡି,ମୁଖ୍ୟମନ୍ତ୍ରୀ ଜନଶୁଣାଣି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନ୍ୟ ସମସ୍ତ ଯୋଜନା ବିଷୟରେ  ସବିସ୍ତୃତ ସମୀକ୍ଷା କରାଯାଇଥିଲା । ରାଜ୍ୟର ଗ୍ରାମ୍ୟଉନ୍ନୟନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ  ଅଧିକାରୀ ମାନେ ଆଭାସି ମାଧ୍ୟମରେ ଏହି ସମୀକ୍ଷା ବୈଠକରେ ସାମିଲ ହୋଇ ନିର୍ମାଣଧିନ ଥିବା ସମସ୍ତ ପ୍ରକଳ୍ପର ସ୍ଥିତି ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଦିଗଗୁଡ଼ିକ ବିଷୟରେ ଆୟୁକ୍ତ ତଥା  ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଗ୍ରାମ୍ୟ ଉନ୍ନୟନବିଭାଗର ସମସ୍ତ ଯୋଜନାଗୁଡ଼ିକ ଅଧୀନରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା ।

ବିଭାଗୀୟ ଆୟୁକ୍ତ ତଥା ଶାସନ ସଚିବ ଶ୍ରୀମତୀ ଷଡଙ୍ଗୀ  ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରତିଟି ପ୍ରକଳ୍ପକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବା ସହ ନିର୍ମାଣର ଗୁଣବତ୍ତା ଉପରେ ଗୁରୁତ୍ବ ଦେବା ଓ କୌଣସିମଧ୍ୟ ନିର୍ମାଣଜନିତ ବ୍ୟତିକ୍ରମ ପାଇଁ ଶୂନ୍ୟ ସହନଶୀଳତା ରଖିବାପାଇଁ  ନିର୍ଦ୍ଦେଶ ଦେଇଥିଲେ । ରାଜ୍ୟର  ବିଭିନ୍ନ ଗ୍ରାମ୍ୟ ନିର୍ମାଣ  ବିଭାଜନର ପ୍ରକଳ୍ପ ଗୁଡ଼ିକ ପାଇଁ  ଧାର୍ଯ୍ୟ ନିର୍ମାଣ ସମ୍ପୂର୍ଣ୍ଣ ସମୟ ଅନୁସାରେ ପ୍ରକଳ୍ପ ନିର୍ମାଣର ଅଗ୍ରଗତି ବିଷୟରେ ସମୀକ୍ଷା ହୋଇଥିଲା l   ଏହାସହ ଆର୍ଥିକ ଲକ୍ଷ୍ୟ ପୂରଣ ପାଇଁ ଯତ୍ନବାନ ହେବାକୁ ଆୟୁକ୍ତ ତଥା  ଶାସନ ସଚିବ  ନିର୍ଦ୍ଦେଶ ଦେଇଥିଲେ  ।

ବୈଠକରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ଶାସନ ସଚିବ(ଭାପ୍ରସେ) ଶ୍ରୀମତୀ ଗୀତାରାଣୀ ପଟ୍ଟନାୟକ, ସ୍ବତନ୍ତ୍ର ଶାସନ  ସଚିବ ଶ୍ରୀ ସର୍ବେଶ୍ଵର ସିଂହ, ସ୍ବତନ୍ତ୍ର ଶାସନ ସଚିବଶ୍ରୀମତୀ ସଂଘମିତ୍ରା ଶତପଥୀ,  ସ୍ଵତନ୍ତ୍ର ଶାସନ ସଚିବ ଶ୍ରୀମତୀ ବବିତା ମହାନ୍ତି,ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରସନ୍ନ କୁମାର ସାହୁ , ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଜେନା  ଓ ଅନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହା ସହ ରାଜ୍ୟର ଗ୍ରାମ୍ୟ ଉନ୍ନୟନ ବିଭାଗର ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଆଭାସୀ ମାଧ୍ୟମରେ ସମୀକ୍ଷା ବୈଠକରେ  ସାମିଲ ହୋଇଥିଲେ ।

-0-

ଶ୍ରୀ ବିନାୟକ ମିଶ୍ର,  ଲୋକସମ୍ପର୍କ ଅଧିକାରୀ , ଗ୍ରାମ୍ୟ ଉନ୍ନୟନ ବିଭାଗ

Leave a Reply

Your email address will not be published. Required fields are marked *