ଆମ ବିକଶିତ ଭାରତ ସମ୍ପର୍କ ଯାତ୍ରାକୁ ବିଜେଡିର ବିରୋଧ

ନିରାକାରପୁର, ୧୨/୧୨/୨୦୨୩ (ଓଡ଼ିଶା ସମାଚାର)- ଭାରତ ସରକାରଙ୍କ ଆମ ବିକଶିତ ଭାରତ ସମ୍ପର୍କ ଯାତ୍ରାକୁ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ନିରାକାରପୁରରେ ବିରୋଧ କରାଯାଇଛି। ଆଜି ମୋଦୀଙ୍କ  ସଂକଳ୍ପ ଆମ ବିକଶିତ ଭାରତ ସମ୍ପର୍କ  ରଥ  ନିରାକାରପୁର ପଞ୍ଚାୟତ ରେ ପହଞ୍ଚି ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା,ଆଶା, ଅଙ୍ଗନବାଡି କର୍ମୀ କେନ୍ଦ୍ର ସରକାରଙ୍କ ବିକାଶର ଯୋଜନା ସମ୍ପର୍କରେ ଅବଗତ କରିବା ସହିତ ଏହି ଯୋଜନା ବିଷୟ ରେ ସଚେତନତା ସୃଷ୍ଟି କରାଉ ଥିଲେ। ଏହି ସମୟରେ ଯୁବ ନେତା ଶୁଭମ ଦାଶ ଙ୍କ ନେତୃତ୍ୱରେ ବିଜେଡି ମହିଳା ଓ ଯୁବ କର୍ମୀ ମାନେ ଅପରାଜିତା ଷଡ଼ଙ୍ଗୀଙ୍କ ଗୋ ବ୍ୟାକ ଲେଖା ଥିବା ଫଟୋ ଚିତ୍ର  ଧରି ବିଜେପି ବିରୋଧରେ ନାରାବାଜି କରିଥିବାବେଳେ ନବୀନ ପଟ୍ଟନାୟକଙ୍କ ଫଟୋ ଚିତ୍ର ଧରି ନବୀନ ପଟ୍ଟନାୟକ ଜିନ୍ଦାବାଦ କରି ବିଜେଡି ଶାସନରେ ସବୁ ଉନ୍ନତି ହୋଇଛି ବୋଲି   କହି ସ୍ଳୋଗାନ ଦେଇଥିଲେ। ଫଳରେ ଅଧାରୁ ମୋଦୀଙ୍କ  ସଂକଳ୍ପ ଆମ ବିକଶିତ ଭାରତ ସମ୍ପର୍କ  ରଥ    ଉକ୍ତ କାର୍ଯ୍ୟକ୍ରମକୁ ବନ୍ଦ କରି ପଳାଇ ଥିବାର ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *