ପରଲୋକ ବିଜେଡ଼ି ନେତାଙ୍କ ଘରେ ପହଞ୍ଚିଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା 

କଟକ ସଦର,୦୭/୧୦/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଜଣାଶୁଣା ବିଜେଡ଼ି ନେତା ତଥା ଅରିଲୋ ପଞ୍ଚାୟତ ର ବିଜେଡ଼ି ସଭାପତି ଆଲୋକ ରଂଜନ ଖଣ୍ଡୁଆଳ (ନାଲୁଆ) ଙ୍କ ଗତ ତିନିଦିନ ତଳେ ହୃଦଘାତରେ ଅକାଳ ବିୟୋଗ ଘଟିଥିଲା।

ଖଵର ପାଇ ଆଜି ମଙ୍ଗଳବାର ସଂଧ୍ୟାରେ ପୂର୍ବ କିଶନନଗର ର ପୂର୍ବତନ ବିଧାୟକ ତଥା ମାହାଙ୍ଗା ର ପୂର୍ବତନ ବିଧାୟକ ଓ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ତାଙ୍କ ଘରକୁ ଆସି ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହିତ ସ୍ୱର୍ଗତ ଖଣ୍ଡୁଆଳ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିରେ ପ୍ରତାପ ଙ୍କ ସହିତ କଟକ ସଦର ପଞ୍ଚାୟତ ସମିତି ର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ, ପୂର୍ଵତନ ଜିଲ୍ଲା ପରିଷଦ ସଭ୍ୟା ନିର୍ମଳା ସାହୁ ଙ୍କ ପୂର୍ବତନ ପ୍ରତିନିଧି ରୁଲ ସାହୁ, ପୂର୍ବତନ ସରପଂଚ ଅକ୍ଷୟ ସାହୁ,କମଳା ଖୁଣ୍ଟିଆ ପ୍ରମୁଖ ବହୁ ବିଜେଡ଼ି ନେତା ଓ କର୍ମୀ ସାମିଲ ହୋଇଥିଲେ।

Leave a Reply

Your email address will not be published. Required fields are marked *