ସାଲେପୁର, ୧୭/୦୫/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା)ସାଲେପୁର ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ମହାଦେବ ମନ୍ଦିର ପରିସରରେ ୧୩ତମ ‘ଆର୍ଟ ଅଫ୍ ଗିଭିଂ’ ପାଳିତ ହୋଇଯାଇଛି। କିଟ କିସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତାନନ୍ଦ ସାମନ୍ତଙ୍କ ମାନସ ସୃଷ୍ଟି ଆର୍ଟ ଅଫ ଗିଭିଂ (ଦେବା ର କଳା ବା ତ୍ୟାଗ ର କଳା) ଆନ୍ତର୍ଜାତିକ ସ୍ତରରେ ମେ ୧୭ ର ରେ ପାଳନ କରାଯାଉଛି ଓ ମଣିଷ ଭିତରେ ଦେବା ର ପ୍ରବୃତ୍ତି କୁ ଉଜ୍ଜୀବିତ କରିବା ପାଇଁ ଶ୍ରୀଯୁକ୍ତ ସାମନ୍ତଙ୍କ ର ଏହା ଏକ ପ୍ରୟାସ । ଗୋପୀନାଥପୁର ସମାରୋହରେ ମୁଖ୍ୟ ଅତିଥି ଭାବରେ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଯୋଗଦେଇ ଆର୍ଟ ଅଫ୍ ଗିଭିଂ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ ।
ବରେଣ୍ୟ ଅଥିତି ଭାବରେ କିସ ବିଶ୍ୱବିଦ୍ୟାଳୟର ଟି. ବି. ଆଇ ମହାନିର୍ଦେଶକ ସମରେନ୍ଦ୍ର ସାହୁ, ଅନ୍ୟତମ ଅଥିତି ଭାବରେ କଟକ ସଦର ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତିରଞ୍ଜନ ଦେଓ, ସାଲେପୁର ତହସିଲଦାର ଉର୍ମିଳା ପ୍ରଧାନ ଜାତୀୟ ଯୁବ ପ୍ରକଳ୍ପର ଓଡ଼ିଶାର ଆବାହକ ମଧୁସୂଦନ ଦାସ, ଆନନ୍ଦ ଆତ୍ମା ସେବାଶ୍ରମର ପ୍ରତିଷ୍ଠାତା ରାମଦାସ ମହାରାଜ ପ୍ରମୁଖ ଯୋଗଦେଇ ‘ଆର୍ଟ ଅଫ୍ ଗିଭିଂ’ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ। ସୁବ୍ରତ କୁମାର ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବୁଦ୍ଧିଜୀବୀ, ଶିକ୍ଷାବିତ୍ ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ସ୍ଥାନୀୟ ଅଂଚଳର ଗ୍ରାମବାସୀମାନେ ଉପସ୍ଥିତ ଥିଲେ।
ବିଶ୍ୱରଞ୍ଜନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାକୁ କିଟ୍ ଓ କିସ୍ ଅନୁଷ୍ଠାନ ପକ୍ଷରୁ ଦୀପକ କୁମାର ପାଣି, ଦୁଃଶାସନ ବେହେରା, ସୁକାନ୍ତ କୁମାର ବିଶ୍ୱାଳ, କ୍ଷିତୀଶ କୁମାର ନାୟକ, ଜୟନ୍ତ କୁମାର ବିଶ୍ୱାଳ, ରଞ୍ଜନ କୁମାର ରାଉତ, ସତ୍ୟ ପ୍ରକାଶ ଭୂୟାଁ, ପ୍ରଭାକର ଭୋଇ, ଉପେନ୍ଦ୍ର ସାମଲ, ପ୍ରେମାନନ୍ଦ ମହାନ୍ତି, ନିରଞ୍ଜନ ସାହୁ, କଳ୍ପତରୁ ଲେଙ୍କା, ଦେବଯାନୀ ଜେନା, ଲମ୍ବୋଦର ମହାପାତ୍ର, ପ୍ରମୁଖ ପରିଚାଳନା କରିଥିଲେ। ମେ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୩ତମ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍ ଗିଭିଂ’ ଦିବସ ପାଳିତ ହୋଇଯାଇଛି। ଓଡ଼ିଶାର ୩୦ଟି ଜିଲ୍ଲା ସଦର ମହକୁମା ସମେତ ୩୫ଟି ସହର ତଥା ପ୍ରତ୍ୟେକ ବ୍ଲକ୍ରେ ଆର୍ଟ ଅଫ୍ ଗିଭିଂ ଦିବସ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ବିଭିନ୍ନ ବିଷୟବସ୍ତୁ ଉପରେ ଆଧାରିତ ଆର୍ଟ ଅଫ୍ ଗିଭିଂର ଚଳିତବର୍ଷର ବିଷୟବସ୍ତୁ ଥିଲା ‘ବାଣ୍ଟିଲେ ଚମକିବ’।ଏହି ଅବସରରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ରେ ସର୍ବୋଚ୍ଚ ନମ୍ୱର ରଖିଥିବା ଗୋପୀନାଥପୁର ସରକାରୀ ଉଚ୍ଚ ବିଦ୍ୟାଳୟ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଗୋପୀନାଥପୁର, ଭଟିମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
