ବରଗଡ, ୨୫/୧୨/୨୦୨୪ (ଓଡ଼ିଶା ସମାଚାର)- ଓଡିଶା ଜନତା ସଂଘର୍ଷ ସମିତି ବରଗଡ଼ର ବାର୍ଷିକୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବରଗଡ଼ ଲୋକସଭା ସାଂସଦ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତ ଯୋଗଦାନ କରିଥିଲେ।
ସମ୍ମାନୀତ ଅତିଥି ଭାବେ ଇଥାନଲ୍ ପ୍ଲାୱାର୍ ପ୍ଲାଣ୍ଟର ମେନେଜର ରଶ୍ମି ରଞ୍ଜନ ରାଉତ,
ବିଜେପିର ଜିଲ୍ଲା ସଭାପତି ଅରୁପା ସାହୁ,ପାୱାର ଅଫ ଦିବ୍ୟାଙ୍ଗର ଜିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଅଗ୍ରୱାଲ, ବିଶିଷ୍ଟ ସମାଜ ସେବୀ ପ୍ରୀତମ ସିଂ ଯୋଗଦାନ କରିଥିଲେ। ସମିତିର ସଭାପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଦିର୍ଘ ୩୬ ବର୍ଷରୁ ବହୁ ଘାତ ପ୍ରତିଘାତ ମଧ୍ୟରେ ସଂଘର୍ଷ ରତ ଥିବା ଏହି ଅନୁଷ୍ଠାନର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ସମିତି ପକ୍ଷରୁ ୧୯୯୧ ମସିହାରୁ ଆରମ୍ଭ ହୋଇଥିବା ଭିନ୍ନକ୍ଷମ ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ସ୍ଥାପନ ହୋଇ ଆଜି ଅଞ୍ଚଳ ତଥା ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ବିକାଶରେ ଏକ ଉଦାହରଣ ସୃଷ୍ଟି କରିପାରିଛି। ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ଅମୃତଧାରା ନର୍ସିଂ ହୋମର ପରିଚାଳକ ଶ୍ରୀଯୁକ୍ତ ଯଶୋବନ୍ତ ମେହେରଙ୍କ ପକ୍ଷରୁ ଗରିବ ବୃଦ୍ଧବୃଦ୍ଧା ଙ୍କୁ ଶୀତବସ୍ତ୍ର ଭାବେ କମଳ ବଣ୍ଟନ କରାଯାଇଥିଲା। ଏପରିପ୍ରେକ୍ଷୀରେ ଜିଲ୍ଲାରେ କାର୍ଯ୍ୟରତ ସମାଜସେବୀ ସଂଗଠନ ଯଥା-ଆନନ୍ଦ ସେବା ସଦନ,
ଭେଡେନ,କୋଶଲ ଡିଫେନ୍ସ ଏକାଡେମି ବରଗଡ଼, ଜୟହିନ୍ଦ୍ ଯୁବକ ସଂଘ,ରୁଣିପାଲି-ଅତାବିରା,ଗ୍ରାମ୍ୟ ଉନ୍ନୟନ କମିଟି ଗୁରଖାପାଲି-ଅତାବିରା ବ୍ଲକ, ଭୀମଭୋଇ ଦିବ୍ୟାଙ୍ଗ ସଂଘ ଝାରବନ୍ଧ,ରାଜବୋଡାସମ୍ବର ଦିବ୍ୟାଙ୍ଗ ବିକାଶ ମଞ୍ଚ, ପଦ୍ମପୁର, ଆଞ୍ଚଳିକ ଭିନ୍ନକ୍ଷମ ସଂଘ ଭେଡେନ, ନବ ଜ୍ୟୋତି ଦିବ୍ୟାଙ୍ଗ ସଂଘ ଅମ୍ବାଭୋନା, ଜୀବନ ସଂଯୋଗ ରକ୍ତଦାନ ସଂସ୍ଥା,ତାଲସିର୍ଗିଡା, ଉତ୍କଳ ଗୋପବନ୍ଧୁ ଦିବ୍ୟାଙ୍ଗ ସଂଘ ବରଗଡ଼ ପ୍ରମୁଖଙ୍କ ସମେତ ଅମୃତ ଧାରା ନର୍ସିଂ ହୋମର ପରିଚାଳକ ଶ୍ରୀମାନ ଯଶୋବନ୍ତ ମେହେର,ଆନନ୍ଦ ସେଠ, ଶ୍ରୀମତୀ ମାମି ମିଶ୍ର, ଶ୍ରୀଯୁକ୍ତ ପ୍ରଦୀପ ଥପା, ପ୍ରଦ୍ୟୁମ୍ନ ତ୍ରିପାଠୀ ସ୍ୱେଚ୍ଛାସେବୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମାନ ପୁରୋହିତ ମାନପତ୍ର ସହ ଉପଢୌକନ ଦେଇ ଭବ୍ୟ କାର୍ଯ୍ୟକ୍ରମରେ ସମ୍ମାନୀତ କରିଥିଲେ। ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କିଶୋର ସାହୁ, ମେଘନାଦ ସାହୁ,ଶିବାୟନୀ ପଣ୍ଡା,ସୁଶିଳା ପଶାୟତ, ବରଗଡ଼ ମହିଳା ସମିତିର ସଭ୍ୟା ତଥା ଏଅଞ୍ଚଳର ଜଣାଶୁଣା ଏଚ୍ୟୁଭର ଫାଉଣ୍ଡେସନ ବରଗଡ଼ର ସଭାପତି ଦିବାକର ମାଝୀଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁରୁଖୁରୁରେ ସମାପନ ହୋଇଥିଲା।ଶେଷରେ ସମିତିର ସମ୍ପାଦକ ଅଭୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
