ଭୁବନେଶ୍ୱର,୧୬/୦୫/୨୦୨୬(ଓଡ଼ିଶା ସମାଚାର)- ବରିଷ୍ଠ ପୁଜ୍ୟପୂଜା ପ୍ରାଣ, ଶହୀଦ ରଘୁ-ଦିବାକର ସ୍ମୃତି ସଂସଦର ସାଧାରଣ ସମ୍ପାଦକ ତଥା ରଣଭୂଇଁ ସାପ୍ତାହିକ ସମ୍ବାଦପତ୍ରର ସମ୍ପାଦକ ବ୍ରଜବନ୍ଧୁ ପରିଡ଼ା ହୃଦ୍ଘାତରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ମାତ୍ର ୭୩ ବର୍ଷ ବୟସରେ ଗତ ମଇଁ ୧୩ ତାରିଖରେ ଇହଧାମ ପରିତ୍ୟାଗ କରି ଆରପୁରକୁ ଚାଲିଗଲେ । ନିଖିଳ ଓଡିଶା ପ୍ରଗତିଶୀଳ ଲେଖକ ମହାସଂଘ ଟ୍ରଷ୍ଟର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଶୋକସଭାର ଆୟୋଜନ କରାଯାଇଥିଲା । ସ୍ୱର୍ଗତ ପରିଡ଼ାଙ୍କ ଉକ୍ତ ଶୋକସଭାରେ ବରିଷ୍ଠ ସାମ୍ବାଦିକ, ସମାଜସେବୀ ଓ ଲେଖକଲେଖିକାମାନେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ସ୍ୱର୍ଗତ ପରିଡ଼ାଙ୍କ ବିୟୋଗ ସମଗ୍ର ପୁଜ୍ୟପୂଜା ପାଇଁ ଅପୁରଣୀୟ କ୍ଷତି ବୋଲି ମତବ୍ୟକ୍ତ କରିଥିଲେ ।
ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ମହାନ୍ତି, ସଂଘର ପ୍ରତିଷ୍ଠାତା ସମ୍ପାଦକ କବି କଣ୍ଡୁରୀ ଚରଣ ଦାସ, ବିଧାନ ସାପ୍ତାହିକ ଖବରକାଗଜର ସମ୍ପାଦକ ସୁରଥ ଦାସ, ଶିଶ ୁକଲମ ର ସମ୍ପାଦକ ଜନ୍ମେଜୟ ପ୍ରଧାନ, ଅକ୍ଷୟ ମହାନ୍ତି ଫାଉଣ୍ଡେସନର ସମ୍ପାଦକ କବି ଚୈତନ୍ୟ ପ୍ରସାଦ ବେହେରା, କବି କମଳ କୁମାର ମହାନ୍ତି, କବି ପ୍ରବୀର କୁମାର ମହାନ୍ତି, ସଂଘର ଉପ-ସଭାପତି ଡ଼. ପ୍ରଭାତ ବେଉରା, କବି ପ୍ରଣତୀ ମିଶ୍ର, ଅଧ୍ୟାପିକା ସୌଦାମିନୀ ବେହେରା, କବି ସୁଚରିତା ମହାନ୍ତି, କବି ସୁଜାତା ଆଚାର୍ଯ୍ୟ, କବି ପୁରୋହିତ କୁମାର ଚମ୍ପତି, କବି ଗୋଲକ ବିହାରୀ ନାୟକ, କବି ତାରାପ୍ରସାଦ ଜେନା, କବି ମଞୁଲତା ଓଝା, କବି ସଞ୍ଜୁଲତା ମହାନ୍ତି, କବି କୁଞ୍ଜବିହାରୀ ପାଢୀ, କବି ସବିତା ଜେନା, କବି ବେଣୁଧର ପ୍ରତିହାରୀ, ଦିଲ୍ଲିପ ମହାନ୍ତି ପ୍ରମୁଖ ଉକ୍ତ ଶୋକ ସଭାରେ ଯୋଗଦେଇ ସ୍ୱର୍ଗତ ପରିଡ଼ାଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଆତ୍ମାର ସଦ୍ଗତି କାମନା କରିଥିଲେ ।
