କଟକ ୧୬/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ପର୍ଯ୍ୟାପ୍ତ ପରିମାଣର ତେଲ ମହଯୁଦ ଥିବା କହି ପରିସ୍ଥିତି ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବାରମ୍ବାର ଉଚ୍ଚସ୍ତରୀୟ ବୈଠକ କରିଚାଲିଥିଵା ବେଳେ ଏଥିରେ କିଛି ପରିବର୍ତ୍ତନ ହେବା ପରିଲକ୍ଷିତ ହୋଇନାହିଁ। ପୂର୍ବରୁ ଯେମିତି ପେଟ୍ରୋଲ ପମ୍ପ ଆଗରେ ତେଲ ପାଇଁ ଲୋକଙ୍କ ଲମ୍ବା ଧାଡ଼ି ଦେଖିବାକୁ ମିଳୁଥିଲା ଆଜି ବି ସେମିତି ଦେଖିବାକୁ ମିଳୁଛି।
ଏଥିରେ ଜରୁରୀକାଳୀନ ସେବା ପାଇଁ ନିୟୋଜିତ ଥିବା ସରକାରୀ ଓ ଵେସରକାରୀ ଆମ୍ବୁଲାନ୍ସ ସେବା ବିଶେଷ ଭାବେ ପ୍ରଭାବିତ ହୋଇଥିଵା ଅଭିଯୋଗ ହେଉଛି। ଏଥିପାଇଁ ଗତକାଲି ଶୁକ୍ରବାର ଦିନ କଟକ କାଠଯୋଡି ପୋଲ ଉପରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭାବନୀୟ ଘଟଣା ଜଣାପଡିଥିଲା ବେଳେ ସେହିପରି ବଡ ମେଡିକାଲରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଗାଡ଼ିକୁ ପେଲା ଯାଉଥିବା ବିକଳ ଚିତ୍ର ସାମ୍ନାକୁ ଆସିଛି। ଏଭଳି ସ୍ଥିତି ଲାଗି ରହିଲେ ରୋଗୀମାନେ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବା ସମ୍ଭାବନା କୁ ଏଡେଇ ଦେଇ ହେବ ନାହିଁ। ସରକାର ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।
