ବାଦାମବାଡି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ଅଗ୍ନିନିରାପତ୍ତା ପ୍ରତିଜ୍ଞା ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ

କଟକ ୧୨/୦୫/୨୦୨୬ (ଓଡିଶା ସମାଚାର/ ଅଭୟ ଜେନା )ଓଡିଶା ସରକାରଙ୍କ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ଅନୁବନ୍ଧିତ କଟକସ୍ଥିତ ବାଦାମବାଡି ସହରାଞ୍ଚଳ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର ଆନୁକୂଲ୍ୟରେ ବିପର୍ଯ୍ୟୟ ପରିଚାଳନା, ପ୍ରସ୍ତୁତି ଏବଂ ତତ୍‌ସଂପର୍କୀୟ ବିପଦ ହ୍ରାସକୁ ତ୍ୱରାନ୍ୱିତ କରିବା ପାଇଁ ଅଗ୍ନି ନିରାପତ୍ତା ପ୍ରତିଜ୍ଞା ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସ୍ୱାସ୍ଥ୍ୟ ଅନୁଷ୍ଠାନର ଭାରପ୍ରାପ୍ତ ମେଡିକାଲ ଅଫିସର ଡାକ୍ତର ମର୍ସି ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଫାର୍ମାସି ଅଫିସର ଜଗନ୍ନାଥ  ପ୍ରସାଦ ଦାଶ, ନର୍ସିଙ୍ଗ ଅଫିସର ପ୍ରିୟଦର୍ଶିନୀ ପଣ୍ଡା, ସହକାରୀ କର୍ମଚାରୀ ଉମେଶ ସେଠୀ, ସୌରଭ ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ସାମୁହିକ ଜନସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର  ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେବା ସହ ଅନୁଷ୍ଠାନର କର୍ମଚାରୀମାନଙ୍କ ସହ ସମସ୍ତଙ୍କ ପାଇଁ ଅଗ୍ନି ନିରାପତ୍ତା ପରିବେଶ ସୁନିଶ୍ଚିନ୍ତ ଉଦ୍ଦେଶ୍ୟରେ ଉଚ୍ଚ ସୁରକ୍ଷା ମାନଦଣ୍ଡ ବଜାୟ ରଖି ଜୀବନ ସୁରକ୍ଷା ପ୍ରତି ସଚେତନତାର ପ୍ରସାର କରିବାକୁ ଶପଥ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମଟି ସ୍ଥାନୀୟ ଅଂଚଳରେ ପ୍ରଶଂସା ଭାଜନ ହେବା ସହ ବହୁବୁଦ୍ଧିଜୀବୀ ଏହାକୁ ସମୟୋପଯୋଗୀ ସକରାତ୍ମକ ସମର୍ଥନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *