ଯନ୍ତ୍ରଣା ମୁକ୍ତ ଶରୀର ପାଇଁ ସ୍ୱାସ୍ଥ୍ୟ ସଚେତନତା ଶିବିର ଓ଼ ମାଗଣା ରକ୍ତ ପରୀକ୍ଷା ଶିବିର  

ଭୁବନେଶ୍ୱର,୨୭/୦୪/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ଆଜି ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ର ବାଲିଅନ୍ତା ଶିବଶକ୍ତି ନଗର ୱେଲଫେୟାର ଆସୋସିଏସନ ଓ ଶିବଶକ୍ତି ନଗର ସିନିଅର ସିଟିଜେନ ୱେଲଫେୟାର ଟ୍ରଷ୍ଟ, ଅଣ୍ଡିଲୋ ଭୁବନେଶ୍ୱରର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଓ ମାଗଣା ରକ୍ତ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସଚେତନତା ଶିବିରରେ ହେଲଥ ଭିଲେଜ ହସ୍ପିଟାଲ, ନୟାପଲ୍ଲୀର ପ୍ରଫେସର ଡ଼ ଶୋଭନ କୁମାର ରଥ ଯୋଗଦେଇ ଯନ୍ତ୍ରଣା ମୁକ୍ତ ଓଡିଶା ଉପରେ ଗୁରୁତ୍ୱଆରୋପ କରି ପିଠି ଯନ୍ତ୍ରଣା, ବେକ ଯନ୍ତ୍ରଣା, ଆଣ୍ଠୁ ଦରଜ, ଫରୋଜ଼ନ ସୋଲଜ଼ର, ଗଣ୍ଠି ଦରଜ, ହାଡ଼ ପୋରିଆରୁ ଯନ୍ତ୍ରଣାରୁ ପାଇବାର ବିଭିନ୍ନ ଚିକିତ୍ସା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ ।

ଶ୍ରୀଯୁକ୍ତ ଜ୍ୟୋତି ରଞ୍ଜନ ମିଶ୍ର ବିନା ଅପେରସନରେ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏଥି ସହିତ ଆପୋଲ ଡ।ଇଗ୍ନୋଷ୍ଟିକ ସଂଗ୍ରହ କେନ୍ଦ୍ର ଦେୟ ମୁକ୍ତ ରକ୍ତ ପରୀକ୍ଷା ଏକ ଶହ ପଚାଶ ଜଣ  ରୋଗୀଙ୍କର କରାଇଥିଲେ । ରାଣ୍ଡମ, ଫାଷ୍ଟିଙ୍ଗ, ପି ପି, କଲୋଷ୍ଟ୍ରାଲ ଓ ଭିଟାମିନ ଡି ଇତ୍ୟାଦି ବୟସ୍କ ବ୍ୟକ୍ତି ଓ ମହିଳା ମାନଙ୍କର କରାଯାଇଥିଲା । ଆସୋ ସିଏସନର ସଭାପତି ପ୍ରିୟନାଥ ଦାସ ଓ ସମ୍ପାଦକ ପ୍ରତାପ କୁମାର ସରଙ୍ଗୀ ମଞ୍ଚ ପରିଚାଳନା କରିଥିଲେ ।

ଆସୋସିଏସନ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବେଣୁଧର ମିଶ୍ର,ନିର୍ମଳ ପଣ୍ଡା ବିଜୟ କୁମାର ଖଟୁଆ, ସଂଜୀବ ଦାସ,ଅମୁଲ୍ୟ ପରିଡା, ନିରଞ୍ଜନ ପାଣିଗ୍ରାହୀ, ଏ ପି ମଲ, ଲକ୍ଷ୍ମଣ ଦାଶ, ଅକ୍ଷୟ ବଡୁ, ରଞ୍ଜନ ମଲ୍ଲ, ପ୍ରଶାନ୍ତ ସାହୁ  ଓ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷେରେ ଆସୋସିଏସନ ନିର୍ବାଚନ ଅଧିକାରୀ ଅଧ୍ୟାପକ ରମାକାନ୍ତ ପାଣିଏଭଳି ସ୍ୱାସ୍ଥ୍ୟ ସଚେତନତା ଶିବିରର ଆୟୋଜନ କରାଯାଇଥିବାରୁ ସମସ୍ତ ଉଦ୍ୟାକ୍ତା ମାନଙ୍କୁ ସାଧୁବାଦ ଜଣାଇଥିଲେ ଓ଼ ଆଗାମୀ ଦିନରେ ସମସ୍ତଙ୍କ ସହଯୋଗରେ ଏହିଭଳି ଅନେକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇ ଜନସାଧାରଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇଦିଆଯିବ ବୋଲି ମତବ୍ୟକ୍ତ କରିଥିଲେ ।

ଶିବଶକ୍ତି ନଗର ୱେଲଫେୟାର ଆସୋସିଏସନ ଓ଼ ସିଟିଜେନ ଟ୍ରଷ୍ଟ ର ଉପସ୍ଥିତ ସମସ୍ତ ସଭ୍ୟଙ୍କ ସକ୍ରିୟ ସହଯୋଗ ପାଇଁ ଅଧ୍ୟାପକ ରମାକାନ୍ତ ପାଣି   ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *