• ଲାଷ୍ଟ ମାଇଲ କେୟାର ସହଭାଗୀତାରେ ଓୟୋ ପ୍ରତିଷ୍ଠାତା ରିତେଶ ଅଗରୱାଲ ରାୟଗଡ଼ାରେ ରମେଶ ଓ ବେଲା ଅଗରୱାଲ ହେଲଥକେୟାର ସେଂଟର ଖୋଲିଛନ୍ତି ।
• ଆଗାମୀ କିଛି ମାସ ମଧ୍ୟରେ ଓଡ଼ିଶାରେ ଏଭଳି ଆହୁରି ପାଂଚୋଟି କେନ୍ଦ୍ର ଖୋଲିବାକୁ ଯୋଜନା ।
• ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଏହି କେନ୍ଦ୍ରର ଉଦଘାଟନ କରିଛନ୍ତି ।
• ଏହା ପ୍ରାଥମିକ ସ୍ୱାସ୍ଥ୍ୟସେବା ଏବଂ ସୁବିଧା ଯଥା ପ୍ରତିଷେଧକ ଯତ୍ନ, ନିଦାନ ସେବା ଏବଂ ସାଧାରଣ ରୋଗ ଜନିତ ଚିକିତ୍ସା ସମେତ ବିଶେଷଜ୍ଞ ପରାମର୍ଶ ଏବଂ ରେଫରାଲ ସେବା, ସୁଲଭ ଔଷଧ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ସୁବିଧା ପ୍ରଦାନ କରୁଛି ।
• ସେଂଟର ତରଫରୁ ଅନଗ୍ରସର ଲୋକଙ୍କ ପାଇଁ ପ୍ରଥମ ତିନିମାସ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା ରହିଥିବାବେଳେ ପ୍ରଥମ ଛଅମାସ ପାଇଁ ରିହାତିମୂଳକ ଚିକିତ୍ସା ପ୍ରଦାନ କରାଯାଉଛି ।
• ଏହି କେନ୍ଦ୍ର ଓୟୋ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରିତେଶ ଅଗରୱାଲଙ୍କ ଦ୍ୱାରା ସମର୍ଥିତ ।
ରାୟଗଡ଼ା,୧୩ ଡିସେମ୍ବର ୨୦୨୩, (ଓଡ଼ିଶା ସମାଚାର)- ଗ୍ଲୋବାଲ ଟ୍ରାଭେଲ-ଟେକ କମ୍ପାନୀ ଓୟୋର ପ୍ରତିଷ୍ଠାତା, ରିତେଶ ଅଗରୱାଲ ଏବଂ ଲାଷ୍ଟ ମାଇଲ କେୟାର ପକ୍ଷରୁ ରାୟଗଡ଼ା ଠାରେ ରମେଶ ଓ ବେଲା ଅଗରୱାଲ ହେଲଥକେୟାର ସେଂଟରର ଶୁଭାରମ୍ଭ ଘୋଷଣା କରାଯାଇଛି । ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ୱାରା ଏହି କେନ୍ଦ୍ରର ଉଦ୍ଘାଟନ କରାଯାଇଛି । ସେଂଟର ତରଫରୁ ଅନଗ୍ରସର ଲୋକଙ୍କ ପାଇଁ ପ୍ରଥମ ତିନିମାସ ସମ୍ପୁର୍ଣ୍ଣ ମାଗଣା ଚିକିତ୍ସା ରହିଥିବାବେଳେ ପ୍ରଥମ ଛଅମାସ ପାଇଁ ରିହାତିମୂଳକ ଚିକିତ୍ସା ପ୍ରଦାନ କରାଯାଉଛି ।
ଏହି କେନ୍ଦ୍ର ପ୍ରାଥମିକ ଚିକିତ୍ସା ସୁବିଧା ପ୍ରଦାନ କରୁଛି ଏବଂ ରାୟଗଡ଼ା ଓ ଏହାର ଆଖପାଖ ଅଂଚଳର ଲୋକମାନଙ୍କ ପାଇଁ ସୁସ୍ଥତାର ଧାରାକୁ ପ୍ରୋତ୍ସାହିତ କରୁଛି । ଏହା ମଧ୍ୟ ପ୍ରତିଷେଧକ ଯତ୍ନ, ନିଦାନ ସେବା, ପ୍ରାଥମିକ ସ୍ୱାସ୍ଥ୍ୟସେବା , ସାଧାରଣ ରୋଗଜନିତ ଚିକିତ୍ସା ସମେତ ବିଶେଷଜ୍ଞ ପରାମର୍ଶ ଓ ରେଫରାଲ ସେବା, ସୁଲଭ ଔଷଧ ଏବଂ ଡିଜିଟାଲ ସ୍ୱାସ୍ଥ୍ୟ ରେକର୍ଡ ସୁବିଧା ପ୍ରଦାନ କରୁଛି ।
ରାୟଗଡ଼ାର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ସ୍ୱାସ୍ଥ୍ୟସେବା କେନ୍ଦ୍ରର ଉଦ୍ଧେଶ୍ୟ ହେଉଛି ଏହି ଅଂଚଳର ଆଦିବାସୀ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ସ୍ୱାସ୍ଥ୍ରସେବା ଅସମାନତାକୁ ଦୂର କରିବା । ଏଠାରେ ସ୍ତ୍ରୀ ରୋଗ, ଚକ୍ଷୁ ରୋଗ ଏବଂ ହୃତ ଜନିତ ରୋଗରେ ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ ରହିଛି । ରୋଗୀଙ୍କୁ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ସମାଧାନ ପ୍ରଦାନ କରିବା ଲାଗି ଏକ ଫାର୍ମାସି ମଧ୍ୟ ରହିଛି ।
ଆମାଗୀ କିଛି ମାସ ମଧ୍ୟରେ ଓଡ଼ିଶାରେ ଏଭଳି ଆହୁରି ପାଂଚୋଟି କେନ୍ଦ୍ର ଖୋଲାଯିବାର ଯୋଜନା ରହିଛି ।
ଏହି ପ୍ରୟାସ ରିତେଶ ଅଗରୱାଲଙ୍କ ରାୟଗଡ଼ାକୁ ଫେରାଇଦେବାର ପ୍ରତିବଦ୍ଧତାକୁ ଦର୍ଶାଉଛି, ଯେଉଁ ସହରରେ ସେ ନିଜର ପ୍ରାରମ୍ଭିକ ବର୍ଷ ବିତାଇଛନ୍ତି । ତାଙ୍କ ପିତାମାତା ସ୍ୱର୍ଗତ ରମେଶ ଅଗ୍ରୱାଲ ଏବଂ ବେଲା ଅଗ୍ରୱାଲଙ୍କ ପ୍ରତି ସମ୍ମାନ ଜଣାଇ ଏହି କେନ୍ଦ୍ରର ନାମକରଣ କରାଯାଇଛି ।
ଏହାର ପରିଚାଳନା ସହଯୋଗୀ ଭାବେ ଲାଷ୍ଟ ମାଇଲ କେୟାର ସହିତ ଏହି କେନ୍ଦ୍ର ଉଭୟ ଗରିବ ଓ ସାଧାରଣ ଲୋକଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସୁସଜ୍ଜିତ ରହିଛି । ଓଡ଼ିଶାର ତାଣ୍ଡିପୁର ଗ୍ରାମରେ ଥିବା କେନ୍ଦ୍ର ସମେତ ଲାଷ୍ଟ ମାଇଲ୍ କେୟାର ସମଗ୍ର ଭାରତରେ ସଫଳତାର ସହ ୧୩ଟି ଏଭଳି କେନ୍ଦ୍ର ଚଳାଉଛି, ଯାହା ଓୟୋର ସିଏସଆର୍ ଶାଖା ଓୟୋ କେୟାର ସହଭାଗୀତାରେ ବିକଶିତ ହୋଇଛି । ରାୟଗଡ଼ାର ରମେଶ ଓ ବେଲା ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ ସୁବିଧା ଓ ବୈଷୟିକ ସହାୟତା ରେ ଏକ ବଡ଼ କେନ୍ଦ୍ର ।
ସ୍ୱାସ୍ଥ୍ୟ ସେବା କେନ୍ଦ୍ରକୁ ଉଦଘାଟନ କରି ଅନୁସୂଚିତ ଜାତି/ଜନଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତିଯେ, “ଏହି ସ୍ୱାସ୍ଥ୍ୟକେନ୍ଦ୍ରର ଉଦଘାଟନ ସମାବେଶୀ ଓ ସୁଲଭ ସ୍ୱାସ୍ଥ୍ୟସେବାକୁ ପ୍ରୋତ୍ସାହିତ କରିବା ଦିଗରେ ସମସ୍ତ ସଂପୃକ୍ତ ପକ୍ଷଙ୍କ ସାମୂହିକ ପ୍ରତିବଦ୍ଧତାର ଏକ ପ୍ରମାଣ । ଏହା ଆଦିବାସୀ ସମ୍ପ୍ରଦାୟର ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପାଇବାର ଅଧିକାରକୁ ସମ୍ମାନ ଦେବା ଦିଗରେ ଏକ ପଦକ୍ଷେପକୁ ପ୍ରତିନିଧିତ୍ୱ କରୁଛି, ଯାହା ଏହି ଅଂଚଳର ସାମଗ୍ରିକ ବିକାଶ ଏବଂ କଲ୍ୟାଣରେ ଯୋଗଦାନ କରୁଛି ।
ଓୟୋର ପ୍ରତିଷ୍ଠାତା ତଥା ସିଇଓ ରିତେଶ ଅଗ୍ରୱାଲ କହିଛନ୍ତି ଯେ, “ମୋ ସହରରେ ସ୍ୱାସ୍ଥ୍ୟସେବାର ଉନ୍ନତି ପାଇଁ ଯୋଗଦାନ କରି ମୁଁ ଅତ୍ୟନ୍ତ ଗର୍ବିତ । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ହେଉଛି ସେହି ସମ୍ପ୍ରଦାୟ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏକ ମାଧ୍ୟମ ଯେଉଁମାନେ ମୋ ଜୀବନଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।”
ରାୟଗଡ଼ା ଓଡ଼ିଶାର ଏକ ଆଦିବାସୀ ଅଧୁ୍ୟଷିତ ଜିଲା, ଯେଉଁଠାରେ ୮୮% ଲୋକ ଆଦିବାସୀ ଜନସଂଖ୍ୟାର ଅଟନ୍ତି । ଜିଲାର ସାକ୍ଷରତା ହାର ମାତ୍ର ୫୬% ଯାହା ସମ୍ପ୍ରଦାୟକୁ ସ୍ୱାସ୍ଥ୍ୟ ବାର୍ତା ପହଂଚାଇବାରେ ସବୁଠାରୁ ବଡ ଆହ୍ୱାନ ଅଟେ ।
-୦-