କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ସଚେତନତା କାର୍ୟ୍ୟକ୍ରମ

ଜଗତସିଂହପୁର,୧୨/୦୫/୨୦୨୬ (ଓଡ଼ିଶା ସମାଚାର)- ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଜିଲ୍ଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ନିର୍ଦେଶକ୍ରମେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସ୍ଥିତ ସଦ୍ଭାବନା ସଭାଗୃହରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କିତ ଏକ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଅଦାଲତ ନିବନ୍ଧକ ତଥା ଭାରପ୍ରାପ୍ତ ଆଇନ ସେବା ପ୍ରାଧିକରଣ ସଚିବ ବିଶ୍ବକଲ୍ପିତା ମହାନ୍ତିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲାପାଳ ସମ୍ବିତ କୁମାର ରାଉତ, ଉପ ଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ପୌରପରିଷଦର ପରିମଳ ବିଭାଗ ମୁଖ୍ୟ ସତ୍ୟ ନାରାୟଣ ପତି, ଅଦାଲତର କର୍ମଚାରୀ, ଅଙ୍ଗନୱାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

ଜିଲ୍ଲା ଅଦାଲତ ନିବନ୍ଧକ ଶ୍ରୀମତୀ ମହାନ୍ତି କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ ୨୦୨୬ ବିଷୟରେ ସଚେତନ କରାଇବା ସହ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳଙ୍କ ବିଭିନ୍ନ ରାୟ ବିଷୟରେ ଆଲୋଚନା କରିଥିଲେ । ସେହିପରି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଉତ ପରିବେଶ ସଫା ରଖିବା ସହ ପ୍ଲାଷ୍ଟିକ ବସ୍ତୁକୁ ବର୍ଜନ କରିବାପାଇଁ ଶପଥ କରାଇଥିଲେ । ପ୍ଲାଷ୍ଟିକ ବସ୍ତୁ ଓ ପଲିଥିନ ପ୍ୟାକେଟ ଆମ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ । ଏହାକୁ ବର୍ଜନ କରିବା ସହ ପୋଖରୀ, ନାଳ, ନର୍ଦ୍ଦମା, ନଦୀ ଓ ସମୁଦ୍ରରେ ଏହାକୁ ନପକାଇବା ପାଇଁ ଉପ ଜିଲ୍ଲାପାଳ ଶ୍ରୀ ରାଉତ ସଚେତନ କରାଇଥିଲେ । ଅନ୍ୟତମ ବକ୍ତା ଭାବେ ପରିମଳ ବିଭାଗ ମୁଖ୍ୟ ଶ୍ରୀ ପତି ଯୋଗଦେଇ କଠିନ ବର୍ଜ୍ୟବସ୍ତୁ କିପରି ପରିଚାଳନା କରାଯାଇ ପୁନଃବ୍ୟବହାର କରାଯାଇପାରିବ ଏହି ବିଷୟରେ ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ ।

Leave a Reply

Your email address will not be published. Required fields are marked *