ବଡ଼ବିଲ୍‌ରେ ‘ଡିଭାଇନ୍ ଭର୍ଚୁସ୍ ସମର କ୍ୟାମ୍ପ’ ଆୟୋଜିତ

 ପିଲାମାନଙ୍କୁ ଦିଆଗଲା ସାମାଜିକ ସଂସ୍କାର ଶିକ୍ଷା

​ ବଡ଼ବିଲ,୧୨/୦୫/୨୦୨୬ (ଓଡ଼ିଶା ସମାଚାର)- ବଡ଼ବିଲ୍‌ରେ ଆୟୋଜିତ ହୋଇଯାଇଛି ‘ଡିଭାଇନ୍ ଭର୍ଚୁସ୍ ସମର କ୍ୟାମ୍ପ’ । ଏହି  କ୍ୟାମ୍ପ  ରେ ପିଲାମାନଙ୍କୁ ଦିଆଗଲା ସାମାଜିକ ସଂସ୍କାର ଶିକ୍ଷା । ମୁଖ୍ୟ ଅତିଥି ଭାବରେ ଏହି ଭବ୍ୟ କାର୍ୟ୍ୟକ୍ରମକୁ ସେବା ଗ୍ରୁପ୍ର ସମ୍ପାଦକ ଶ୍ରୀ ବିନୋଦ ଭାଉ ସିଂକା  ଏବଂ ଅଞ୍ଚଳର ଜଣାଶୁଣା ଡାକ୍ତର ଶ୍ରୀ ଚନ୍ଦନ ବାରିକ  ମିଳିତ ଭାବେ ଉଦ୍‌ଘାଟନ କରିଥିଲେ।

​ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ଜୟନ୍ତୀ ଭଉଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏବଂ ଆଶ୍ରମର ଅନ୍ୟ ଭାଇ ଓ ଭଉଣୀମାନଙ୍କ ସହଯୋଗରେ ଏହି ଶିବିର ସଫଳ ହୋଇଛି।

​ଶିବିରର ମୁଖ୍ୟ ଶିକ୍ଷଣୀୟ ବିଷୟ ମାନସିକ ଓ ଆଧ୍ୟାତ୍ମିକ ବିକାଶ । ଏକାଗ୍ରତା (Concentration) ବୃଦ୍ଧି ପାଇଁ ପିଲାମାନଙ୍କୁ ରାଜଯୋଗ ମେଡିଟେସନ୍ ଶିକ୍ଷା ଦିଆଯାଉଛି। ମାନସିକ ସ୍ୱାସ୍ଥ୍ୟକୁ ସୁଦୃଢ଼ କରିବା ପାଇଁ ସକାରାତ୍ମକ ଚିନ୍ତାଧାରାର ଗୁରୁତ୍ୱ ବୁଝାଯାଉଛି। ସାମାଜିକ ଦାୟିତ୍ୱବୋଧ ଓ ସ୍ୱଚ୍ଛତା, ପରିବେଶ ସୁରକ୍ଷ. ବାଟରେ କେଉଁଠି ହେଲେ ଅଳିଆ ନଫିଙ୍ଗିବା, ଛେପ ନପକାଇବା ଏବଂ କେବଳ ଡଷ୍ଟବିନ୍ ବ୍ୟବହାର କରିବା ପାଇଁ ଶପଥ କରାଯାଇଛି। ସମ୍ମାନ ଓ ସେବା, ବୃଦ୍ଧ, ଅସହାୟ ଏବଂ ଭିନ୍ନକ୍ଷମମାନଙ୍କୁ ସାହାଯ୍ୟ କରିବା ସହ ମହିଳାମାନଙ୍କୁ ସମ୍ମାନ ଦେବା ପାଇଁ ଶିକ୍ଷା ଦିଆଯାଉଛି। ଶୃଙ୍ଖଳା: ପ୍ରତିଟି କାର୍ଯ୍ୟରେ ଧୈର୍ଯ୍ୟ (Patience) ରଖିବା ଏବଂ ଧାଡ଼ି (Queue) ବା କ୍ୟୁରେ ରହି ଶୃଙ୍ଖଳିତ ଭାବେ କାର୍ଯ୍ୟ କରିବା ଶିଖାଯାଉଛି। ସଂସ୍କାର ଓ ନୈତିକ ଶିକ୍ଷା: ସକାଳୁ ଉଠିବା ମାତ୍ରେ ପିତାମାତାଙ୍କୁ ପ୍ରଣାମ କରିବା ଏବଂ ମୋବାଇଲ୍ ଠାରୁ ଦୂରେଇ ରହିବା ପାଇଁ ପିଲାଙ୍କୁ ପ୍ରୋତ୍ସାହିତ କରାଯାଉଛି। କ୍ରୋଧ, ମିଛ ଏବଂ ଅଭିମାନ ଭଳି ଖରାପ ଅଭ୍ୟାସ ତ୍ୟାଗ କରିବାକୁ ଶିକ୍ଷା ଦିଆଯାଇଛି। ମନୋରଞ୍ଜନ ଓ ପ୍ରତିଯୋଗିତା: ଦେଶପ୍ରେମ, ଭକ୍ତି ଏବଂ ନୈତିକତା ଉପରେ ଆଧାରିତ ବିଭିନ୍ନ ଗପ, ସଙ୍ଗୀତ, ଖେଳକୁଦ ଏବଂ ପ୍ରତିଯୋଗିତା ମାଧ୍ୟମରେ ପିଲାଙ୍କ ପ୍ରତିଭାକୁ ଲୋକଲୋଚନକୁ ଅଣାଯାଉଛି।

()

Leave a Reply

Your email address will not be published. Required fields are marked *