ଅସୁରେଶ୍ୱର ବଜାର ବ୍ୟବସାୟୀ ଙ୍କ ଆକସ୍ମିକ ମୃତ୍ୟୁ

ନିଶ୍ଚିନ୍ତକୋଇଲି, ୧୨/୦୫/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ବର ବାଜାର ରେ ବୈଦୁ୍ୟତିକ ସାମଗ୍ରୀ ମରାମତି ଦୋକାନ କରିଥିବା ମିସ୍ତ୍ରୀଙ୍କର ମୃତ୍ୟୁ କୁ ନେଇ ସଂଶୟ ସୃଷ୍ଟି ହୋଇଛି । ଉକ୍ତ ମିସ୍ତ୍ରୀ ତଥା ଦୋକାନ ମାଲିକ ଖରାବେଳେ ଦୋକାନ ରେ ଶୋଇଥିବା ଅବସ୍ଥାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ତେବେ ମୃତ୍ୟୁ ର କାରଣ ଅସ୍ପଷ୍ଟ ରହିଛି ।

ମୃତ ଦୋକାନୀ ପ୍ରମୋଦ ଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ସଲାର ଅଂଚଳରେ ବୋଲି ଜଣାପଡିଛି । ତୁରନ୍ତ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଯାଇଥିଲା ।ହେଲେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଦୀର୍ଘ ୧୦ / ୧୫ ବର୍ଷହେବ ଅସୁରେଶ୍ୱର ବଜାରରେ ବୈଦୁ୍ୟତିକ ସାମଗ୍ରୀ ମରାମତି ବ୍ୟବସାୟ କରିଆସୁଥିଲେ ।

Leave a Reply

Your email address will not be published. Required fields are marked *