ପିଏମ୍ ସୂର୍ଯ୍ୟଘର : ନିଃଶୁଳ୍କ ବିଦ୍ୟୁତ ଯୋଜନା ସଂପର୍କୀତ ସଚେତନତା କର୍ମଶାଳା

ସାଲେପୁର ୧୭/୧୨/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ବ୍ଲକ ଅନ୍ତର୍ଗତ ରାଇସୁଙ୍ଗୁଡା ଗ୍ରାମ ପଂଚାୟତସ୍ଥ କଲ୍ୟାଣ ମଣ୍ଡପ ପରିସରରେ ଟିପିସିଓଡିଏଲ୍ ଓ ଏଡେଣ୍ଟ ର ମିଳିତ ଆନୁକୂଲ୍ୟରେ ନିଃଶୁଳ୍କ ବିଦ୍ୟୁତ ସୂର୍ଯ୍ୟଘର ଯୋଜନା ସଂପର୍କୀତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ସୂର୍ଯ୍ୟଘର’ ପ୍ରୟାସ ତଥା ପିଏମ୍‌ଏସ୍‌ଜିଏମ୍‌ୱାଇ ଯୋଜନାର ବିବରଣୀ ପ୍ରଦାନ ପୂର୍ବକ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଦତ୍ତ ସବ୍‌ସିଡି ଯୋଜନାକୁ ଜନସାଧାରଣ ସୁବିଧାରେ ଗ୍ରହଣ କରିବାକୁ ଉକ୍ତ କର୍ମଶାଳାରେ ଆହ୍ୱାନ ଦିଆଯାଇଥିଲା ।

ଉକ୍ତ ସଚେତନତା କର୍ମଶାଳାକୁ ବ୍ଲକ ସଂଯୋଜକ, ପରିବେଶବିତ୍ ପ୍ରମୋଦ କୁମାର ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମର ଉଦ୍‌ଘାଟକ ଭାବେ ରାଇସୁଙ୍ଗୁଡା ଗ୍ରାମ ପଂଚାୟତର ସରପଂଚ ବେଣୁଧର ପ୍ରଧାନ, ମୁଖ୍ୟଅତିଥି ଭାବେ ରାଇସୁଙ୍ଗୁଡା ସେକ୍‌ସନ ଇଲେକ୍ଟ୍ରିକାଲ ଜେ.ଇ. ମହମ୍ମଦ କମରାନ ଡ୍ୟାନିସ୍ , ସମ୍ମାନୀତ ଅତିଥି ଭାବେ ଲାଇନ୍‌ମ୍ୟାନ୍ ମହମ୍ମଦ ମୋହିନିଆଲ ଇସଲାମ୍‌, ଜିଜୋ ଭେଣ୍ଡରର ପ୍ରତିନିଧି ପ୍ରେମାନନ୍ଦ କାନୁନଗୋ, ଟାଟା ପାୱାର ଆପେଣ୍ଡିସ୍ ସାଇ ସନ୍ଦିପ୍ ବଳ ପ୍ରମୁଖ ଯୋଗଦାନ କରି  ରୁଫ୍‌ଟପ୍ ସୋଲାର ସ୍ଥାପନରେ ପିଏମ୍ ସୂର୍ଯ୍ୟଘର ମୁଫ୍‌ତ ବିଜୁଳି ଯୋଜନା ଦ୍ୱାରା ଶକ୍ତି ସଂଚୟ ସହ ଆର୍ଥିକ ଉନ୍ନତି ଏବଂ ପରିବେଶର ସୁସ୍ଥତା ବଜାୟ ରହିବ ବୋଲି ମତ  ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ  ଶତାଧିକ ମହିଳା ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ । ଶେଷରେ  କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *