କେନ୍ଦ୍ରାପଡ଼ା,୧୨/୧୧/୨୦୨୬(ଓଡ଼ିଶା ସମାଚାର) –*HRMS ପୋର୍ଟାଲରେ ନକଲି ବିଲ୍ ପ୍ରସ୍ତୁତ କରି ୩.୦୩ କୋଟି ଟଙ୍କା ଆତ୍ମସାତ୍ କରିବା ଘଟଣାରେ, ଓଡ଼ିଶା ଭିଜିଲାନ୍ସ ଦ୍ୱାରା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (Senior Revenue Assistant) ଗିରଫ।* ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ସ୍ୱରୂପ, ଓଡ଼ିଶା ଭିଜିଲାନ୍ସର ଏକ ଟିମ୍ ଡିଜିଟାଲ୍ ଟ୍ରାକିଂ ମାଧ୍ୟମରେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରାଣାଙ୍କୁ ଅନୁଗୋଳରୁ ଗିରଫ କରିଛି। ୩.୦୩ କୋଟି ଟଙ୍କାରୁ ଅଧିକ ଅର୍ଥ ହେରଫେର ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀ ରାଣା ଦୀର୍ଘ ଦିନ ଧରି ଫେରାର ଥିଲେ। ସରକାରୀ ପାଣ୍ଠିରୁ ୩.୦୩ କୋଟି ଟଙ୍କାରୁ ଅଧିକ ଅର୍ଥ ଆତ୍ମସାତ୍ କରାଯାଇଥିବା ଅଭିଯୋଗ ଆଧାରରେ, ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହାର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା।
ଓଡ଼ିଶା ଭିଜିଲାନ୍ସର ବିସ୍ତୃତ ତଦନ୍ତରୁ ଜଣାପଡ଼ିଛି ଯେ, ଶ୍ରୀ ରାଣା କ୍ରମାଗତ ଭାବେ ଦୁଇଟି କାର୍ଯ୍ୟସ୍ଥାନରେ (ପୋଷ୍ଟିଂ ସମୟରେ) ସରକାରୀ ପାଣ୍ଠି ହେରଫେର କରିଛନ୍ତି। ସେ ଏହି ସମୟରେ ‘ଏଷ୍ଟାବ୍ଲିଶମେଣ୍ଟ ସେକ୍ସନ୍’ (Establishment Section) ଦାୟିତ୍ୱରେ ଥିଲେ, ଯେଉଁ ବିଭାଗ କର୍ମଚାରୀଙ୍କ ଦରମା, ବକେୟା ରାଶି ଏବଂ ପେନସନ୍ ପ୍ରଦାନ ପ୍ରକ୍ରିୟା ପରିଚାଳନା କରିଥାଏ। ରାଜକନିକା ବ୍ଲକରେ କାର୍ଯ୍ୟକାଳ (୩୦ ଅଗଷ୍ଟ, ୨୦୨୩ – ୪ ସେପ୍ଟେମ୍ବର, ୨୦୨୪): ୧,୪୬,୬୮,୧୧୮/- ଟଙ୍କା ଆତ୍ମସାତ୍ କରିଛନ୍ତି। ଡେରାବିଶ ବ୍ଲକରେ କାର୍ଯ୍ୟକାଳ (୭ ଜାନୁଆରୀ, ୨୦୨୫ – ୧୩ ଅକ୍ଟୋବର, ୨୦୨୫): ୧,୫୬,୯୭,୭୨୫/- ଟଙ୍କା ଆତ୍ମସାତ୍ କରିଛନ୍ତି। *ଏହିପରି ଭାବେ, ଶ୍ରୀ ରାଣା ମୋଟ ୩,୦୩,୬୫,୮୪୩/- ଟଙ୍କା ଆତ୍ମସାତ୍ କରିଥିବା ଜଣାପଡ଼ିଛି।* *ଅଭିଯୁକ୍ତ ଶ୍ରୀ ରାଣା HRMS ପୋର୍ଟାଲରେ ଅବସରପ୍ରାପ୍ତ ଏବଂ ମୃତ କର୍ମଚାରୀଙ୍କ ନାମରେ ଦରମା, ବକେୟା ରାଶି, ଗ୍ରାଚ୍ୟୁଇଟି, ବ୍ୟବହାର ହୋଇନଥିବା ଛୁଟି (unutilized leave) ଏବଂ ପେନସନ୍ ପାଇଁ ନକଲି ଦାବି (fraudulent claims) ପ୍ରସ୍ତୁତ କରି ଅର୍ଥ ପ୍ରଦାନ ରେକର୍ଡରେ ହେରଫେର କରିଥିଲେ।
ସେ ଏହି ଅର୍ଥକୁ ପ୍ରକୃତ ହିତାଧିକାରୀଙ୍କୁ ନ ଦେଇ, ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ବିବରଣ ଏହି ପ୍ରସଙ୍ଗରେ, କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ଡେରାବିଶ ବ୍ଲକର ବରିଷ୍ଠ ରାଜସ୍ୱ ସହାୟକ (SRA) ଶଶିକାନ୍ତ ରାଣାଙ୍କ ବିରୁଦ୍ଧରେ କଟକ ଭିଜିଲାନ୍ସ ଥାନାରେ ମାମଲା ନଂ ୪୨ ଓ ୪୩/୨୦୨୬ ରୁଜୁ କରାଯାଇଛି। ଏହି ମାମଲା ‘ପିସି (PC) ସଂଶୋଧନ ଆଇନ, ୨୦୧୮’ର ଧାରା ୧୩(୨) ସହ ପଠିତ ଧାରା ୧୩(୧)(a) ଏବଂ ଭାରତୀୟ ନ୍ୟାୟ ସଂହିତା (BNS) ର ଧାରା ୩୧୬(୫)/୩୧୮(୪)/୩୩୬(୩)/୩୪୪/୬୧(૨) ଅଧୀନରେ ପଞ୍ଜୀକୃତ ହୋଇଛି। *ଆଜି ତାଙ୍କୁ କଟକ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତରେ ହାଜର କରାଯାଉଛି।* ବିସ୍ତୃତ ରିପୋର୍ଟ ପରେ ଦିଆଯିବ।
