କଟକ ସଦର,୧୦/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ନିର୍ବାଚନମଣ୍ଡଳୀର ଜଣାଶୁଣା ବିଜେଡ଼ି ନେତା,ଯୁବ ସମାଜସେବୀ, ବିଜେଡ଼ିର ପୁଞ୍ଜି କୁହାଯାଉଥିବା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ବିଳାସ ମଲ୍ଲିକ ସମର୍ଥକଙ୍କ ସହିତ ଦଳ ଛାଡ଼ିବାକୁ ମସୁଧା ଚଳାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି। କଟକ ଜିଲ୍ଲା ବିଜେଡି ସଭାପତି ପ୍ରଫୁଲ୍ଲ ସିଂହ ଦାୟିତ୍ଵ ଗ୍ରହଣ କରିବା ପରଠାରୁ ଜନୈକ ପରାଜିତ ନେତାଙ୍କ ପରାମର୍ଶରେ ବିଳାସଙ୍କୁ ଦୂରେଇ ରଖାଯାଇଥିବାକୁ ନେଇ କର୍ମୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇ ଆସୁଥିଲା।
ଆଗକୁ ନିର୍ବାଚନ ସମୟରେ ବିଳାସ କାଳେ ପୂର୍ବତନ ବିଧାୟକଙ୍କ ପାଇଁ କଣ୍ଟା ସାଜିଵେ ସେଥିପାଇଁ ତାଙ୍କୁ କୁଟ ନୀତି ମାଧ୍ୟମରେ ଦୂରେଇ ରଖାଯାଇଥିବା ଶୁଣିବାକୁ ମିଳୁଛି। ଅନ୍ୟପକ୍ଷରେ ପୂର୍ବତନ ବିଧାୟକ ପରାଜୟ ବରଣ କରିବା ପରଠାରୁ ଦୁଇବର୍ଷ ହେଲା ନିର୍ବାଚନ ମଣ୍ଡଳୀରୁ ଦୂରେଇ ରହିଥିବା ବେଳେ ଏବେ ରାଜ୍ୟ ସଂଗଠନରେ ଥଇଥାନ ହେବା ପରେ ଵରାଦିଆ ସମ୍ବର୍ଦ୍ଧନାରେ ନିଜକୁ ସାମିଲ କରିଥିବା ଦେଖାଯାଉଛି। ତେବେ ଆଗକୁ କଟକ ସଦର ବିଜେଡି ରାଜନୀତି ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
