ଓଡ଼ିଶାରେ ନାରୀ ସଶକ୍ତିକରଣର ପ୍ରଥମ ପ୍ରବକ୍ତା ଥିଲେ ସନ୍ଥ ବଳରାମ ଦାସ

                                                          ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୧୪/୬/୨୦୨୪ (ଓଡ଼ିଶା ସମାଚାର)- ପଂଚସଖା ଯୁଗର ଅନ୍ୟତମ ସାଧକ ସନ୍ଥ ବଳରାମ ଦାସଙ୍କ ଜୟନ୍ତୀ ଉତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ସନ୍ଥ ବଳରାମ ଦାସ ସ୍ମୃତି ସଂସଦ ଏରବଙ୍ଗ ଆନୁକୂଲ୍ୟରେ ଆଜି ପ୍ରତୁ୍ୟଷରେ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପ ସମ୍ମୁଖସ୍ଥ ପ୍ରତିମୂର୍ତିସ୍ଥଳୀରେ ବିଭାଗର ନିର୍ଦ୍ଧେଶକ ଦିଲୀପ ରାଉତରାଏଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ପ୍ରଥମେ ଗାୟକ ଆହ୍ଲାଦ ସୁରେନ୍ଦ୍ରନାଥ ଛୋଟରାୟ ବନ୍ଦନା ଗାନ କଲାପରେ ଶିକ୍ଷାବିତ୍ କାମଦେବ ମହାପାତ୍ର ସ୍ୱରଚିତ କବିତା ଆବୃତି କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ, ପ୍ରଦୀପ୍ତ ମହାନ୍ତି, ନରେଶ ପ୍ରଧାନ, ସୁଦୀପ୍ତ ସ୍ୱାଇଁ, ଅଧ୍ୟାପକ କୈଳାସ ଚନ୍ଦ୍ର ସାହୁ, ସମାଜସେବୀ ପଣ୍ଡିତ ଗିରିଜା ଶଙ୍କର ମହାପାତ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ସଂଜୟ କୁମାର ପରିଡ଼ା, ସରପ ରଶ୍ମିରେଖା ଦାସ, ପ୍ୟାରୀମୋହନ ଜେନା, ଭାଗୀରଥି ନାୟକ, ଗୋବିନ୍ଦ ଜେନା, କୁନ୍ତଳା ଜେନା, ବୁଦ୍ଧିମତୀ ଦଳାଇ, ପ୍ରଣତୀ ମିଶ୍ର, ବିଜୟଲକ୍ଷ୍ମୀ ପଟ୍ଟନାୟକ, ରାଜଲକ୍ଷ୍ମୀ ମିଶ୍ର, ଜ୍ୟୋର୍ତିମୟୀ ଦୀକ୍ଷିତ, ଦୀପକ ନାୟକ, ଦିଲ୍ଲୀପ ଦଳାଇ, ବିଜୟ ଗୋପାଳ ଦାସ, ନିରଞ୍ଜନ ମଙ୍ଗରାଜ, ସୁରେନ୍ଦ୍ର ପଟ୍ଟନାୟକ, ଅନୀଲ ଭୂଷଣ ନାୟକ, ଶ୍ରେୟାଂଶି ପଟ୍ଟନାୟକ, ଦାମୋଦର ସାହୁ, ତପନ ପାତ୍ର, ରାଜଲକ୍ଷ୍ମୀ ଦାସ, ସୁରଞ୍ଜନ ମହାନ୍ତି, ରଞ୍ଜିତ୍ ସାହୁ ପ୍ରମୁଖ ଯୋଗଦେଇ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଦୀପଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ବକ୍ତାମାନେ ନିଜ ବକ୍ତବ୍ୟରେ ଓଡ଼ିଶାର ଆଧ୍ୟାତ୍ମିକ ଧର୍ମଧାରାକୁ ବିକଶିତ କରିବାରେ ପଂଚସଖା ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ପୁରୀ ଜିଲା ଗୋପ ବ୍ଲକର ଏରବଙ୍ଗ ଗ୍ରାମରେ ଜନ୍ମିତ ବଳରାମ ଦାସ ଦାଣ୍ଡି ରାମାୟଣ ସହ ଲକ୍ଷ୍ମୀପୁରାଣ ଓ ବହୁ ପୁରାଣ ରଚନା କରି ଓଡ଼ିଶାର ବାଣି ଭଣ୍ଡାରକୁ ସମୃଦ୍ଧ କରିବା ସହ ଆଧ୍ୟାତ୍ମିକ ପରମ୍ପରାକୁ ବିକଶିତ କରିଛନ୍ତି । ତାଙ୍କ ରଚିତ ଲକ୍ଷ୍ମୀପୁରାଣରେ ଅସ୍ପୃଶ୍ୟତା ନିରାକରଣ ସହ ମହିଳାମାନଙ୍କୁ ସଶକ୍ତିକରଣ କରିବାରେ ବିଶ୍ୱରେ ପ୍ରଥମ ବାର୍ତାବହ ଭାବରେ ଭୂମିକା ନିର୍ବାହ କରିଛନ୍ତି । ସେ ନିର୍ମାଣ କରିଥିବା ବାଲିରଥରେ ସ୍ୱୟଂ ଜଗନ୍ନାଥ ଆବିର୍ଭାବ କରିଥିବା ପରିପ୍ରେକ୍ଷୀରେ ସେ ଥିଲେ ବାଲୁକା କଳାର ଜନକ । ଯେଉଁଥିପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ମାନ୍ୟବର ସାଂସଦ ବିଭୂ ପ୍ରସାଦ ତରାଇ, ବରିଷ୍ଠ ନାଗରିକ ଗୋବିନ୍ଦ ଜେନା, କୁନ୍ତଳା ଜେନା, ବୁଦ୍ଧିମତୀ ଦଳାଇ, ବିଭାଗର ନିର୍ଦ୍ଧେଶକ ଦିଲୀପ ରାଉତରାଏ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଏରବଙ୍ଗରୁ ଆସିଥିବା ମାଆ ମାନେ ରଜ ପୋଡ଼ପିଠା ଓ ପିଠାପଣା ଏବଂ ରଜ ପାନ ଦେଇ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ବଂଟନ କରି ରଜ ଉତ୍ସବ ପାଳନ କରିଥିଲେ । ପୂଜ୍ୟପୂଜା ଅଧିକାରୀ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *