ମହିଳା ସଂଗଠନକୁ ସୁଦୃଢ କରିବାକୁ ପ୍ରାଥମିକତା ଦେଵି- କଟକ ଜିଲ୍ଲା ମହିଳା କଂଗ୍ରେସ ସଭାପତି ପ୍ରୀତିଛନ୍ଦା

କଟକ ସଦର , ୦୨/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲା ମହିଳା କଂଗ୍ରେସ ସଂଗଠନକୁ ସୁଦୃଢ କରିବାରେ ଅଧିକ ପ୍ରାଥମିକତା ଦେବି ବୋଲି ନଵ ନିଯୁକ୍ତ ଜିଲ୍ଲା ମହିଳା କଂଗ୍ରେସ କମିଟି ସଭାପତି ପ୍ରୀତିଛନ୍ଦା କୈବଲ୍ୟା ନାୟକ କହିଛନ୍ତି। ରାଜ୍ୟ ମହିଳା କଂଗ୍ରେସ କମିଟି ସଭାପତି ମୀନାକ୍ଷୀ ବାହିନୀପତି ଙ୍କ ଅନୁମୋଦନ କ୍ରମେ ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟି ପ୍ରୀତିଛନ୍ଦାଙ୍କ ନାଁ ରେ ମୋହର ମାରିଥିବା ଜଣାପଡିବା ପରେ ତାଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି।

 

Leave a Reply

Your email address will not be published. Required fields are marked *