ବିଜେଡିର ବରିଷ୍ଠ ଯୁବନେତା ସତ୍ୟ ଜେନା ପୁଣି କୋଣଠେସା, ଅସନ୍ତୋଷ ତେଜୁଛି !

କଟକ ସଦର,୧୦/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ଜଣାଶୁଣା ଯୁବ ସଂଗଠକ, କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ, ରାଜ୍ୟ ଯୁବ ବିଜେଡି ର ପୂର୍ବତନ ଉପସଭାପତି ତଥା ପୂର୍ବତନ ବରିଷ୍ଠ ମନ୍ତ୍ରୀ ପ୍ରତାପ ଜେନାଙ୍କର ବାଲ୍ୟ ଵନ୍ଧୁ ସତ୍ୟ ଜେନା ପୁଣି କୋଣଠେସା ହେବା ନେଇ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ସ୍ୱାଭିମାନୀ ନେତା ସତ୍ୟଙ୍କୁ ପୂର୍ବରୁ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରା ଅଣଦେଖା କରିବା କାରଣରୁ ସତ୍ୟ ତାଙ୍କର ବହୁ ସମର୍ଥକଙ୍କ ସହିତ କଟକ ସଦରର ପୂର୍ବତନ ଅଧ୍ୟକ୍ଷ ସାଧୁ ଜେନା ଓ ପୂର୍ବତନ ଅଧ୍ୟକ୍ଷା ଶ୍ରୀମନ୍ତିନୀ ବେହେରାଙ୍କୁ ନେଇ ବିଜେପିରେ ଯୋଗଦାନ କରିଥିଲେ। ହେଲେ ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡ଼ି ର ସ୍ୱାର୍ଥ ପାଇଁ ରାଜ୍ୟ ନେତୃତ୍ଵଙ୍କ ହସ୍ତକ୍ଷେପ ଫଳରେ ସତ୍ୟଙ୍କୁ ବୁଝେଇ ଶୁଝେଇ ଦଳକୁ ଫେରାଇ ଅଣାଯାଇଥିଲା।

ନିର୍ବାଚନରେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ହାରିଯିଵା ପରେ ନିର୍ବାଚନ ମଣ୍ଡଳୀ ଉପରୁ ମୁହଁ ଫେରାଇ ନେଇଥିବା ବେଳେ ସତ୍ୟ କିନ୍ତୁ ସେଵେ ଠାରୁ ଏବେ ପର୍ଯ୍ୟନ୍ତ ପୂର୍ବପରି କର୍ମୀଙ୍କ ଭଲ ମନ୍ଦରେ ଠିଆ ହୋଇଥିବା ଜଣାପଡିଛି। ହେଲେ ସତ୍ୟଙ୍କୁ କେଉଁ ସ୍ୱାର୍ଥରେ ବା କାହା ସ୍ୱାର୍ଥରେ କୋଣଠେସା କରାଯାଇଛି ତାକୁ ନେଇ କର୍ମୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥିପ୍ରତି ରାଜ୍ୟ ନେତୃତ୍ୱ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଦଳ ସଂଗଠନ ଭୁସୁଡିଵା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରିଛନ୍ତି।

Leave a Reply

Your email address will not be published. Required fields are marked *