ଭୁବନେଶ୍ବର,୧୦/୦୫/୨୦୨୬ (ଓଡ଼ିଶା ସମାଚାର)- ବାଲିଅନ୍ତା ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ମାରିଦେବା ଘଟଣାରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସରକାର ଏହି ଘଟଣାରେ ୪ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ବାଲିଅନ୍ତା ଥାନା ଆଇଆଇସିଙ୍କୁ ବଦଳି କରାଯାଇଛି। ବାଲିଅନ୍ତା ଥାନା ଆଇଆଇସି ଅନୀଲ ପରିଡ଼ା ୟୁପିଡି ଭୁବନେଶ୍ବର ମୁଖ୍ୟାଳୟକୁ ବଦଳି ହୋଇଛନ୍ତି। ଇନ୍ସପେକ୍ଟର ରଶ୍ମିତା ବେହେରାଙ୍କୁ ବାଲିଅନ୍ତା ଥାନା ଦାୟିତ୍ବ ଦିଆଯାଇଛି। ସେହିପରି ଜଣେ ଏସ୍ଆଇ, ଜଣେ ଏଏସ୍ଆଇ, ଜଣେ ଓଏପିଏଫ୍ ଙ୍କୁ ନିଲମ୍ବନ କରାଯାଇଛି। ଜଣେ କନଷ୍ଟେବଲ ଏବଂ ଦୁଇ ଜଣ ହୋମଗାର୍ଡଙ୍କୁ ମଧ୍ୟ କାର୍ଯ୍ୟରୁ ଅନ୍ତର କରାଯାଇଥିବା ସୂଚନା ମିଳିଛି।
ବାଲିଅନ୍ତା ଥାନା ଆଇଆଇସିଙ୍କ ବଦଳି, ୪ଜଣ ପୁଲିସ କର୍ମଚାରୀ ନିଲମ୍ବିତ
