କଟକ ୦୯/୦୫/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା) ନିଜ ଭାଇକୁ ମାଡ଼ ମାରି ବିଜୁ ପକ୍କା ଘରୁ ତଡ଼ି ଦେଲା ଭାଇ। ତିନି ଜଣ ପିଲାଙ୍କୁ ଧରି ବାର ଦୁଆର ତେର ପିଣ୍ଡା ହେଉଛନ୍ତି ବାରଙ୍ଗ ପାଟପୁର ଗ୍ରାମର ମହେଶ୍ବର ସାମଲଙ୍କ ପୁଅ ଟୁକୁନା ସାମଲ। ୨୦୧୨-୧୩ ମସିହାରେ ସରକାରଙ୍କ ତରଫରୁ ବିଜୁ ପକ୍କାଘର ପାଇଁ ୫୦୦୦ ଟଙ୍କା ଓ ପରେ ମିଳିଥିବା ସମ୍ପୁର୍ଣ୍ଣ କିସ୍ତି ଟଙ୍କାରେ ଘର ନିର୍ମାଣ ସମ୍ଭବ ହେଉନଥିଲେ ମଧ୍ୟ ଧାର କରଜ କରି ବିଜୁ ପକ୍କାଘରଟି ସମ୍ପୁର୍ଣ୍ଣ ସହିତ ରହିବା ଉପଯୋଗୀ କରିଥିଲେ।
ସେହି ଘରେ ପରିବାର ସହ ଜୀବନ ବିତାଇ ଆସୁଥିଲେ। କିନ୍ତୁ ତାଙ୍କ ଭାଇ ଓ ତାଙ୍କ ପତ୍ନୀ ଓ ପୁଅ ସଂଘବଦ୍ଧ ଭାବେ ଆକ୍ରମଣ କରି ଟୁକୁନାଙ୍କୁ ଘରୁ ବାହାର କରି ଦେଇଛନ୍ତି। ପଡୋଶୀ ତଥା ଗ୍ରାମବାସୀଙ୍କ ପକ୍ଷରୁ କୈ।ଣସି ନ୍ୟାୟ ନପାଇ ଏବେ ସେ ଅସ୍ଥାୟୀ ଭାବେ ଏକ ପଲିଥିନ ତଳେ ଜୀବନ ବିତାଉଥିବା ବେଳେ ପ୍ରଶାସନ ନିକଟରେ ନ୍ୟାୟ ଭିକ୍ଷା କରିଛନ୍ତି।
