ବିଶାଳ ଚାରାରୋପଣ କାର୍ୟ୍ୟକ୍ରମ

ଭୁବନେଶ୍ୱର,୦୨/୦୮/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଯୁବ ସମାଜସେବୀ ନୂତନ ଦାସଙ୍କ ନେତୃତ୍ୱରେ ‘କଳିଙ୍ଗ ଯୁବ ସେନା ଟ୍ରଷ୍ଟ’ ଦ୍ୱାରା ପଟିଆସ୍ଥିତ ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟରେ ଏକ ବିଶାଳ ଚାରାରୋପଣ କାର୍ୟ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ସବୁଜ ଅଭିଯାନରେ କଲେଜର ଛାତ୍ରଛାତ୍ରୀ ଏବଂ ଶୁଭେଚ୍ଛୁମାନେ ଭାଗ ନେଇ  ୧୦୦ ରୁ ଅଧିକ  ଚାରାରୋପଣ କରି ଥିଲେ।

ଏହି କାର୍ୟ୍ୟକ୍ରମକୁ ସଫଳ କରିବାରେ କଲେଜର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ ରାଉତ ସାର୍, ସି-ପର୍ଲ ହୋଟେଲର ପରିଚାଳନା ନିର୍ଦ୍ଦେଶକ   ଶ୍ରୀମତୀ ପ୍ରଣତି ଦାସ, ଏବଂ ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟର ଉତ୍ସାହୀ  ଛାତ୍ରଛାତ୍ରୀମାନ ପୂର୍ଣ୍ଣ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *