ଯାଜପୁର ୦୯/୦୫/୨୦୨୬ (ଓଡ଼ିଶା ସମାଚାର)-ଯାଜପୁର ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣ ଆନୁକୂଲ୍ୟରେ ତା ୦୯/ ୦୫/୨୦୨ ୬ ରିଖ ଶନିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ବିଭିନ୍ନ ପ୍ରକାରର ମୋଟ ୮,୫୬୧ ଗୋଟି ମୋକଦ୍ଦମା ଫଇସଲା ହୋଇଛି । ସେଥି ମଧ୍ୟ୍ୟରୁ ୨୯୬ ଗୋଟି ଫୌଜ଼ଦାରୀ, ୧୭ ଗୋଟି ମୋଟର ଦୁର୍ଘଟଣା ଜନିତ ମାମଲା, ୩୧ ଗୋଟି ଦେୱାନୀ, ୧୪ ଗୋଟି ପାରିବାରିକ କଳହ ମୋକଦ୍ଦମା, ଟ୍ରାଫିକ ଚାଲାଣ ୧୫ ଗୋଟି, ଖାଉଟି ସମ୍ବନ୍ଧୀୟ ୪ ଗୋଟି ଏବଂ ରାଜସ୍ବ ବିଭାଗର ୮୧୮୪ ଟି ମାମଲା ଫଇସଲା କରାଯାଇ ମୋଟ ଟ. ୭,୮୭,୦୩,୨୪୩/- ଙ୍କା ଆଦାୟ କରାଯାଇଛି । ଏତଦବ୍ୟତୀତ ଏହି ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ମୋଟ ୩୦ ଗୋଟି, ବିଦ୍ୟୁତ ବିଭାଗର ୨୭ ଗୋଟି, ସ୍ଥାୟୀ ଲୋକ ଅଦାଲତର ୩ ଗୋଟି ଏବଂ ଟେଲିଫୋନ ୩ ଗୋଟି ସମ୍ୱନ୍ଧୀୟ ପ୍ରାକ ବିଚାରଧୀନ ମାମଲା ଫଇସଲା କରାଯାଇ ମୋଟ ଟ. ୮,୮୪,୧୫୨ /- ଙ୍କା ମଧ୍ୟ ଆଦାୟ କରାଯାଇଛି ।
ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜ଼ିଲ୍ଲା ଓ ଦୌରା ଜଜ ତଥା ଆଇନ ସେଵା ପ୍ରାଧିକରଣର ଅଧକ୍ଷ ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ । ଜ଼ିଲ୍ଲା ଆଇନ ସେଵା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଶ୍ରୀମତୀ ନେହା ଅଗ୍ରୱାଲ ପରିଚାଳନା କରିଥିଲେ । ଏହି ରାଷ୍ଟ୍ରୀୟ ଅଦାଲତରେ ଯାଜପୁର ଜ଼ିଲ୍ଲାର ପରିବାର ଅଦାଲତର ବିଚାରପତି ଡ଼ ପ୍ରସନ୍ନ କୁମାର ପଣ୍ଡା, ଅତିରିକ୍ତ ଜ଼ିଲ୍ଲା ଜଜ ବିଶ୍ୱେଶ୍ୱର ବିଶ୍ଵପ୍ରକାଶ ରାୟ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ଯୁକ୍ତ ସର୍ବେଶ୍ୱର ଦାସ, ରେଜିଷ୍ଟାର, ପଲ୍ଲବୀରାଣୀ ସାହୁ, ବରିଷ୍ଟ ଦେୱାନୀ ବିଚାର ପତି, ନୀଳିମା ପଣ୍ଡା, ବରିଷ୍ଠ ଦେୱାନୀ ବିଚାର ପତି (ଏଲ ଆର ଏବଂ ଏଲ ଟି ଭି) ଶ୍ରୀମତୀ ଲୋପାମୁଦ୍ରା ବେହେରା, ଏସ. ଡି. ଜେ. ଏମ. ଶ୍ରୀମତୀ ସୁମିତ୍ରା ବିଶ୍ୱାଳ, ଦେୱାନୀ ବିଚାର ପତି, ଶ୍ରୀମତୀ ସୁନିତା ବିଶ୍ୱାଳ, ଜେ. ଏମ. ଏଫ. ସି.(ଏଲ ଆର ଏବଂ ଏଲ ଟି ଭି), ଶ୍ରୀ ଅଂଶୁ ମାନ ରଥ, ଜେ. ଏମ. ଏଫ. ସି, ବୀଣାପାଣି ତାଣ୍ଡି, ଅଂଶ ଗ୍ରହଣ କରି ବିଭିନ୍ନ ମକଦ୍ଦମା ଗୁଡିକୁ ଫଇସଲ। କରିଥିଲେ । ଏହି ଲୋକଅଦାଲତରେ ଜ଼ିଲ୍ଲା ଓ ଦୌରା ଜଜ ତଥା ଆଇନ ସେବା ପ୍ରାଧିକରଣର ଅଧକ୍ଷ ଶ୍ରୀ ଯୁକ୍ତ ଅମୃତ ରଞ୍ଜନ ନନ୍ଦ ଙ୍କ ନିର୍ଦେଶ କ୍ରମେ ଯାଜପୁର ଜ଼ିଲ୍ଲା କାରାଗାର ଅନ୍ତେବାସୀ ମାନଙ୍କ ଦ୍ୱାରl ତିଆରି କରାଯାଇଥିବା ଫିନାଇଲ ଏବଂ ଜୈବିକ ଖତ ବିକ୍ରୟ କରାଯାଇଥିଲା।
