ନିଶ୍ଚିନ୍ତକୋଇଲି,୦୯/୦୫/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )-ସ୍ମାର୍ଟ ଏଗ୍ରିକଲଚର ପ୍ରୋଜେକ୍ଟ ତରଫରୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଓରତି ପଞ୍ଚାୟତର ଅଗ୍ରଣୀ ଚାଷୀ ମାନଙ୍କୁ ନେଇ ଏକ କୃଷି ଭିତ୍ତିକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଶରତ କର ଅନିମା କର ଫାଉଣ୍ଡେସନ ସହଯୋଗ ରେ ସ୍ମାର୍ଟ ଏଗ୍ରିକଲଚର ପ୍ରୋଜେକଟ ଏବେ ଓଡ଼ିଶା ର ଗଜପତି, କେନ୍ଦ୍ରାପଡ଼ା ଓ କଟକ ୩ଟି ଜିଲ୍ଲାରେ କାର୍ଯ୍ୟକରୁଛି |ଏହି ପ୍ରୋଜେକ୍ଟ ର ମୁଖ୍ୟ ଲକ୍ଷ୍ୟ ହେଉଛି ଚାଷୀ ମାନେ କିଭଳି ବିଷାକ୍ତ କୀଟ ନାଶକ ଔଷଧ ଓ ସାର ଠାରୁ ଦୂରେଇ ରହିବେ ଆଉ ଜୈବିକ ଉପାୟରେ କମ ଖର୍ଚ୍ଚ ରେ ଅଧିକ ଅମଳ କରି ଲାଭବାନ ହୋଇପାରିବେସେଥିନେଇ ଆଲୋଚନା କରାଯାଇଥିଲା ।
ଓଡ଼ିଶା ଶାଖା ର ମୁଖ୍ୟ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ଷଡ଼ଙ୍ଗୀ ଓ ସଂଯୋଜକ ଜୀବନ ଜ୍ୟୋତି ମିଶ୍ର , ପଞ୍ଚାୟତ ସଂଯୋଜକ ହିମାଂଶୁ ଶେଖର ସ୍ୱାଇଁ ତପନ କୁମାର ଦାସ ଅମିତାଭ ସ୍ୱାଇଁ ଏହିକର୍ମଶାଳା କୁ ପରିଚାଳନା କରିଥିଲେ ।
