କଟକ ସଦର, ୦୩/୧୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଉତ୍କଳ ବିକାଶ ପରିଷଦ’ର ସକ୍ରିୟ ସଭ୍ୟ ଆଡଭୋକେଟ ପ୍ରଭାସ ବେହେରା (ନିମା)ଙ୍କର ୫୫ ବର୍ଷ ବୟସରେ ଅକାଳ ମୃତ୍ୟୁ ଘଟିଛି। ସିଏ କିଛି ଦିନ ହେଲା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁ ବରଣ କରିଛନ୍ତି। ସିଏ ଜଣେ ପରୋପକାରୀ ଓ ସମାଜସେବୀ ହୋଇଥିବାରୁ ତାଙ୍କ ମୃତ୍ୟୁ ଖଵର ଜଣାପଡିବା ପରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଥିଵା ବେଳେ ପରିଷଦର ପୂର୍ବତନ ପ୍ରତିଷ୍ଠାତା ସଭାପତି ତଥା କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ସ୍ୱର୍ଗତ ବେହେରାଙ୍କ ଘରେ ପହଁଚି ଶୋକସନ୍ତପ୍ତ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହିତ ଶୋକାକୁଳ ଶଵ ଅନ୍ତେଷ୍ଠିକ୍ରିୟାରେ ଯୋଗ ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର କାର୍ଯ୍ୟକାରୀ ସଭାପତି ଵିମଳ ପଣ୍ଡା, ସମୀର ସେନାପତି, ଲକ୍ଷ୍ମୀଧର ଜେନା,ଫିରଦୋଷ ହୁସେନ, ପ୍ରମୋଦ ସାହୁ ପ୍ରମୁଖ ବହୁ ହିନ୍ଦୁ ମୁସଲମାନ ଯୋଗ ଦେଇଥିଲେ ଦେଇ ଥିଲେ।