ମାହାଙ୍ଗା,୦୧/୦୫/୨୦୨୫ ଓଡିଶା ସମାଚାର /ଅଭୟ ଜେନା )-ଜାମ୍ମୁକାଶ୍ମୀରର ପହେଲଗାମରେ ଗତ ୨୨ ଏପ୍ରିଲ ୨୦୨୫ ରେନିରୀହ ପର୍ୟ୍ୟଟକ ମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି କାମନା କରି କଟକ ଜିଲ୍ଲା ମାହାଙ୍ଗା ବ୍ଳକ ବରଦିଆଠାରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
କ୍ୟାଣ୍ଡେଲ ଶୋଭାଯାତ୍ରା ମାଧ୍ୟମରେ ଆକ୍ରମଣକୁ ତୀବ୍ର ନିନ୍ଦା କରାଯାଇଥିଲା । ଜାମ୍ମୁକାଶ୍ମୀରରେ ଶାନ୍ତି ଫେରାଇଆଣିବାପାଇଁ ସମସ୍ତଙ୍କୁ ନିବେଦନ କରିଛନ୍ତି। ଆତଙ୍କବାଦୀ ଆକ୍ରମଣରେ ଓଡ଼ିଆ ପୁଅ ପ୍ରଶାନ୍ତ କୁମାର ସତପଥୀଙ୍କ ଅମରଆତ୍ମାର ସଦଗତି କାମନା କରିଛନ୍ତି। ଏଭଳି ଘଟଣାକୁ କୁ ତୀବ୍ର ନିନ୍ଦା କରାଯିବା ସହ ଦେଶରେ ଶାନ୍ତି ଫେରାଇ ବାକୁ ନିବେଦନ କରିଛନ୍ତି କ୍ୟାଣ୍ଡେଲ ଶୋଭାଯାତ୍ରୀ। କ୍ୟାଣ୍ଡେଲ ଶୋଭାଯାତ୍ରାରେ ବହୁ ସଂଖ୍ୟାରେ ସାଧାରଣଲୋକେ ସମିଲ ହୋଇଥିଲେ।
