ଅନୁଗୋଳ,୨୯/୧୧/୨୦୨୪ (ଓଡ଼ିଶା ସମାଚାର)-ଅନୁଗୋଳ ଜିଲା ବାଗଡ଼ିଆ ଥାନା ବାଗଡିଆ ଗାଁରେ ଜଣେ ବ୍ୟକ୍ତି ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ଼ କରିଛନ୍ତି। ଗୁଳିଟି ଯୁବକଙ୍କ ଗୋଡରେ ବାଜିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ମେଡିକାଲରେ ଭର୍ତ୍ତି କରାଯାଇଛି।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡିଛି। ଅଭିଯୁକ୍ତ ଜଣକ ତାଙ୍କ ସମ୍ପର୍କୀୟ ବୋଲି ସୂଚନା ମିଳିଛି। ଗୁଳିକାଣ୍ଡ ପରେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Breaking News : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘର ଭିତରେ ପଶି ଯୁବକଙ୍କୁ ଗୁଳିମାଡ଼
