ଜୁନାଗଡ଼ ୨୦/୦୩/୨୦୨୬ (ଓଡ଼ିଶା ସମାଚାର /ରାକେଶ ବେମାଲ ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଳଦିଆମାଲ ପେଟ୍ରୋଲ ପମ୍ପ ନିକଟରେ ସଡ଼କ ଦୁର୍ଘଟଣା ହୋଇଛି । ଶୁକ୍ରବାର ସକାଳେ ହୋଇଥିବା କାର କାର ଦୁର୍ଘଟଣାରେ ଅବସରପ୍ରାପ୍ତ ଧର୍ମଗଡ଼ ଏସଡିଏମଓ (ଉପ ଖଣ୍ଡ ଚିକିତ୍ସାଧିକାରୀ) ଡାକ୍ତର ହରିଶ୍ଚନ୍ଦ୍ର ପଧାନ (୮୦) ଙ୍କ ମୃତ୍ୟୁ ହୋଇଛି ।

ନିଜ ଘରୁ ଭବାନୀପାଟଣାରୁ କାର ଯୋଗେ ଧର୍ମଗଡ଼କୁ ଆସୁଥିବାବେଳେ ବାଟରେ ବଳଦିଆମାଲ ପେଟ୍ରୋଲ ପମ୍ପ ସମ୍ମୁଖ ୨୬ ନମ୍ବର ଜାତୀୟ ରାଜପଥରେ ଅଟକି ରହିଥିବା ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବାବେଳେ ଚାଳକ ଆହତ ହୋଇଛନ୍ତି । ତାଙ୍କ ପରଲୋକ ଖବର ଶୁଣି ଜିଲାରେ ଶୋକର ଛାୟା ଖେଳିଯାଇଛି ।
