“ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟ ଆଲୋଚନା ଚକ୍ର”

ଭୁବନ, ୨୨/୯/୨୦୨୪ (ଓଡ଼ିଶା ସମାଚାର)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ ” ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟ” ସମ୍ପର୍କରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ବ, ଓଡ଼ିଆ ବିଭାଗ ମୁଖ୍ୟ ଅଧ୍ୟାପକ ବାସୁଦେବ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ୟାସ ନଗର ସ୍ବୟଂ ଶାସିତ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶିବ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଆ ନାଟ୍ୟ ସାହିତ୍ୟ ସମ୍ପର୍କରେ ସାର ଗର୍ଭକ ଭାଷଣ ଦେଇଥିଲେ। ଇତିହାସ ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୂୟାଁ ନିଜସ୍ଵ ମତ ପ୍ରଦାନ କରିଥିଲେ।ଅଧ୍ୟାପକ କରୁଣାକର ରାଉଳ,ଆଲୋକ ରଞ୍ଜନ ଷଡ଼ଙ୍ଗୀ,ଅଧ୍ୟାପିକା ସଂଜଳି ପରିଡ଼ା,ସୁରମା ପରିଡ଼ା ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।ଅଧ୍ୟାପକ ପାର୍ଥ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରୀ ସ୍ଵର୍ଣ୍ଣମୟୀ ପୋଥାଳ,ପ୍ରିୟଙ୍କା ପ୍ରିୟଦର୍ଶିନୀ ମାଝୀ, ଶିଲା ବେହେରା ପ୍ରବନ୍ଧ ପାଠ କରି ପୁରସ୍କୃତ ହୋଇଥିଲେ ।

Leave a Reply

Your email address will not be published. Required fields are marked *