ବିଶ୍ୱପ୍ରସିଦ୍ଧ ଐତିହାସିକ କଟକ ବାଲିଯାତ୍ରା କୁ ନେଇ ବିଜେଡ଼ି ବିଜେପି ମଧ୍ୟରେ ତୁତୁ ମେମେ

କଟକ ସଦର ,୧୭/୧୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଚଳିତବର୍ଷ ବିଶ୍ୱପ୍ରସିଦ୍ଧ ଐତିହାସିକ କଟକ ଯାତ୍ରା ତିନିଦିନ ହେଲା ସରିଥିବା ବେଳେ ଏବେ ଏହି ଯାତ୍ରା କୁ ନେଇ ବିଜେଡ଼ି ବିଜେପି ମଧ୍ୟରେ ଦେଖାଦେଇଥିବା ତୁତୁ ମେମେ ଏଵେ ହାଟରେ ପଡ଼ି  ଦାଣ୍ଡରେ ଗଡ଼ଗଡ଼ଉଛି । ବାଲିଯାତ୍ରା ର ଅବ୍ୟବସ୍ଥା କୁ ନେଇ ‘ଵାଲିଯାତ୍ରା କାହାର ପୈତୃକ ସମ୍ପତ୍ତି ନୁହେଁ’ ବୋଲି କହି କଟକ ଜିଲ୍ଲାପାଳଙ୍କୁ ଟାର୍ଗେଟ କରିଛନ୍ତି ବିଜେଡ଼ି ନେତା ତଥା କଟକ ମହାନଗର ନିଗମ (ସିଏମସି) ମେୟର ସୁବାସ ସିଂହ।

ଅସମ୍ମାନ, ଉପେକ୍ଷା ନେଇ ପ୍ରଶ୍ନ ଉଠାଇ ସାମ୍ବାଦିକ ସମ୍ମିଳନୀରେ ବାଲିଯାତ୍ରା ନିମନ୍ତ୍ରଣ ପତ୍ରକୁ ଚିରି ପ୍ରତିବାଦ କରିବା ସହିତ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ଉପରେ ଵହେ ବର୍ଷିଛନ୍ତି । ଏହାକୁ କାଉଣ୍ଟର ଆଟାକ୍ କରିଛନ୍ତି ସୁବାସ ଙ୍କ ସହିତ ମେୟର ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦିତା କରିଥିବା ବିଜେପି ନେତା ତଥା ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ। ମୂଖ୍ୟମନ୍ତ୍ରୀ ମୋହନ ମାଝି ଙ୍କ ନିର୍ଦ୍ଦେଶନାରେ ବାଲିଯାତ୍ରା ର ସମସ୍ତ କାର୍ଯ୍ୟ ଟେଣ୍ଡର ପ୍ରକ୍ରିୟାରେ ହୋଇଥିବା ରୁ ସେଥିପାଇଁ ମେୟର ଙ୍କର କିଛି ହାତ ସଫେଇ ହୋଇପାରିଲା ନାହିଁ। ଯେଉଁଥି ପାଇଁ ସୁବାସ ଔଷଧ ବିକଳରେ ତାଟିଆ କାମୁଡି ଛନ୍ତି ବୋଲି  ଶ୍ରୀତମ କହିଛନ୍ତି।

Leave a Reply

Your email address will not be published. Required fields are marked *