ସ୍ମୃତି ରଞ୍ଜନ ଜିଲ୍ଲା ଯୁବ ବିଜେଡି ସଭାପତି , ସୁମନ ବେହେରା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି
କଟକ ସଦର,୦୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାଧାରଣ ନିର୍ବାଚନ ପରଠାରୁ କିଛି ଦିନ ବ୍ୟବଧାନରେ ଦଫା ୱ।ରୀ ବିଜେଡ଼ି ତାର ସାଂଗଠନିକ ପଦବୀ ଘୋଷଣା କରି ଚାଲିଥିଵା ବେଳେ ଆଜି ମଙ୍ଗଳବାର ଦିନ ସୁପ୍ରିମୋ ନବୀନ ପଟ୍ଟନାୟକ କିଛି ପଦାଧିକାରୀ ଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି।
ଏହି ପରିପ୍ରେକ୍ଷୀରେ କଟକ ସଦର ର ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ ରାଜ୍ୟ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ମିଳିଛି।

ସେହିପରି କଟକ ସହରର ଜଣାଶୁଣା ସଂଗଠକ ସ୍ମୃତି ରଞ୍ଜନ ନାୟକ ଙ୍କୁ କଟକ ଜିଲ୍ଲା ବିଜୁ ଯୁବ ଜନତା ଦଳ ର ସଭାପତି ଭାବେ ମନୋନୀତ କରାଯାଇଥିବା ଜଣାପଡିଛି। ସେହିପରି ସୁମନ ବେହେରା କଟକ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ହେଲେ ।

