ଭୁବନେଶ୍ୱର, ୧୫/୦୩/୨୦୨୪ (ଓଡ଼ିଶା ସମାଚାର)- ଆଚ୍ଛେଦିନର ପ୍ରତିଶ୍ରୁତି ଦେଇ ୨୦୧୪ରେ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବିଜେପିର ୧୦ ବର୍ଷ ଶାସନରେ ସାଧାରଣ ଲୋକ ଦରଦାମ୍ ବୃଦ୍ଧି ଯୋଗୁଁ ଅତିଷ୍ଠ । କ୍ଷମତାକୁ ଆସିବା ସମୟରେ ୪୧୦ ଟଙ୍କାରେ ମିଳୁଥିବା ରନ୍ଧନ ଗ୍ୟାସ ଆଜି ଓଡ଼ିଶାରେ ୯୨୯ ଟଙ୍କା ଆଖି ଆଗରେ ଥିବା ନିର୍ବାଚନରେ ଜନଅସନ୍ତୋଷକୁ ଆଖିରେ ରଖି ଜାଳେଣି ଗ୍ୟାସ୍ ଦାମ୍ କୁ ସରକାର ଗତ ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ ତାରିଖ ଉପଲକ୍ଷେ ୧୦୦ ଟଙ୍କା ହ୍ରାସ କରିଥିଲେ । ଗତକାଲି ରାତିରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୨ ଟଙ୍କା ହ୍ରାସ କରିବା ପାଇଁ ଘୋଷଣା ହୋଇଥିଲା, ଯାହା ଆଜି ସକାଳ ୬ ଘଟିକାରୁ ଲାଗୁ କରିଛନ୍ତି । କ୍ଷମତାକୁ ଆସିବା ସମୟରେ ପେଟ୍ରୋଲ ଲିଟର ପିଛା ୬୯ ଟଙ୍କା ଓ ଡିଜେଲ୍ ଲିଟର ପିଛା ୬୪ ଟଙ୍କା ଥିଲାବେଳେ ଆଜି ଭୁବନେଶ୍ୱରରେ ବିଗତ ଅଢେଇ ବର୍ଷ ହେଲା ପେଟ୍ରୋଲ୍ ଲିଟର ପିଛା ୧୦୩ ଟଙ୍କା ଓ ଡିଜେଲ୍ ଲିଟର ପିଛା ୯୭ ଟଙ୍କା ପାଖାପାଖି ଅଛି । ସେଥିରୁ ୨ ଟଙ୍କା ପେଟ୍ରୋଲ୍ ଓ ଡିଜେଲ୍ରେ ଲିଟର ପିଛା ୨ଟଙ୍କା ହ୍ରାସ ଧର୍ମକୁ ଆଖିଠାର ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା କହିଛନ୍ତି । ସରକାର ଯଦି ପ୍ରକୃତରେ ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି ଦେବାକୁ ଚାହାଁନ୍ତି, ତାହେଲେ ପେଟ୍ରୋଲ୍ ଲିଟର ପିଛା ୭୫ଟଙ୍କା ଓ ଡିଜେଲ୍ ଲିଟର ପିଛା ୭୦ ଟଙ୍କା କରିବାକୁ ତେଲ କମ୍ପାନୀମାନଙ୍କୁ ନିର୍ଦ୍ଧେଶ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଏହା ବ୍ୟତୀତ ଡାଲି, ଚାଉଳ, ଖାଇବା ତେଲ ଦର ହ୍ରାସ କରିବା ପାଇଁ ପଦକ୍ଷେପ ନେବା ସହିତ ଆଗାମୀ ଦିନରେ ପାର୍ବଣ ଋତୁ ଓ ନିର୍ବାଚନ ଥିବା ଯୋଗୁଁ ଆଳୁ, ପିଆଜ ଓ ଟମାଟୋ ପ୍ରଭୃତିର ଦର ବଢିବାର ଆଶଙ୍କା ରହିଛି । ବଜାର ଦରକୁ ସ୍ଥିର ରଖିବା ସହିତ ସୁଲଭ ମୂଲ୍ୟରେ ଖାଉଟି ସାମଗ୍ରୀ ଯୋଗାଇ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।
Related Posts
ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ
ପରିସ୍ଥିତି ନସୁଧୁରିଲେ ଏସପି କାର୍ଯ୍ୟାଳୟ ଘେରିବ ବିଜେଡି କେନ୍ଦ୍ରାପଡ଼ା,୦୭/୦୧/୨୦୨୬(ଓଡ଼ିଶା ସମାଚାର)-କେନ୍ଦ୍ରାପଡ଼ା ଜିଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସଙ୍ଗୀନ ଅବସ୍ଥାକୁ ଚାଲି ଯାଇଛି । ପରିସ୍ଥିତି ନ ସୁଧୁରିଲେ…
ବାଜି ରାଉତ ମାଟିରୁ ବିଜେଡ଼ି ର ନିର୍ବାଚନ ପ୍ରଚାର ଆରମ୍ଭ
“ବିକାଶ ପାଇଁ ଡବଲ ଶଙ୍ଖ” ଭୁବନ, ୧୬/୦୪/୨୦୨୪ (ଓଡ଼ିଶା ସମାଚାର)- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ବ୍ଲକ ଜୋନ୍ ୩ ରେ ଆଜିଠାରୁ…
ବିବେକାନନ୍ଦ ଜେନା ଙ୍କ ଜୋନ ସ୍ତରୀୟ ବନ୍ଧୁ ମିଳନ ଆରମ୍ଭ
ଯାଜପୁର, ୦୭/୦୧/୨୦୨ ୪ (ଓଡ଼ିଶା ସମାଚାର)- ଵରୀ ନିର୍ବାଚନ ମଣ୍ଡଳୀ ର ୨୪ନ ଜିଲ୍ଲାପରିଷଦ ଜୋନ ସ୍ତରୀୟ ବନ୍ଧୁ ମିଳନ ଆଜି ବାଲିବିଲ ପଂଚାୟତ ବିବେକାନନ୍ଦ ଜେନା…
