ପୋଲିସ ପକ୍ଷରୁ ପୁରସ୍କାର ରାଶି ୫୦ ହଜାର ଘୋଷଣା
କଟକ ସଦର,୦୫/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ ଵୈୟାଳିସମୈ।ଜା ଥାନା ଅନ୍ତର୍ଗତ କଳପଡା ପଞ୍ଚାୟତ ତଥା କଳପଡା ଗାଁର ସ୍ୱର୍ଗତ ସୁରେଶ ପରିଡ଼ାଙ୍କ ନାବାଳକ ପୁଅ ଗୁଡୁ ଓରଫ ଅଂଶୁମାନ ପରିଡ଼ା ଗତମାସ ୨୭ ତାରିଖ ସଂଧ୍ୟା ସମୟରେ ଘରପାଖ କଳପଡା ବଜାରକୁ ମୋମୋ ଖାଇବାକୁ ଆସି ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଥିଵା ଅଭିଯୋଗ ହୋଇଛି।

ପୋଲିସ ନିଖୋଜ ମାମଲା ରୁଜୁ କରି ତଦନ୍ତକୁ ତ୍ୱରାନ୍ୱିତ କରିଥିବା ବେଳେ ଘଟଣାସ୍ଥଳକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ ଏହାର ପର୍ଦ୍ଦାଫାଶ କରିପାରିନଥିବା ଜଣାପଡିଛି। ଘଟଣାକୁ ଗୁରୁତ୍ବ ଦେଇ କଟକ ଡିସିପି ରିଷିକେଶ ଖିଲାରୀ ଘଟଣା ସ୍ଥଳକୁ ଆସି ସନ୍ଧାନୀ କୁକୁର, ସାଇଣ୍ଟିଫିକ ଟିମ୍ ସହ ଛାନଭିନ କରି ଫେରିଥିବା ଜଣାପଡିଛି। ଏଥିପାଇଁ ଅଂଶୁମାନର ସନ୍ଧାନ ପାଇ ଜଣାଇଲେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବ ବୋଲି ପୋଲିସ ପକ୍ଷରୁ ଘୋଷଣା କରାଯାଇଥିଲା ।
ଆଜି ମଙ୍ଗଳବାର ଦିନ ତାହା ୫୦ ହଜାର କୁ ବୃଦ୍ଧି କରାଯାଇଥିବା ଜଣାପଡିଛି। ସୂଚନାଯୋଗ୍ୟ ଯେ ଅଂଶୁମାନ ର ରଙ୍ଗ ଗୋରା, ଉଚ୍ଚତା ୫’, ଏଵଂ ନିଖୋଜ ହେବା ଦିନ ଏକ ନାଲି ରଙ୍ଗର ଟି ସାର୍ଟ ଓ କଳା ରଙ୍ଗର ଫୁଲ ପ୍ୟାଣ୍ଟ୍ ପିନ୍ଧିଥିବା ଜଣାଯାଇଛି।ଏ ସମ୍ପର୍କରେ ଗତ ୩୦ ତାରିଖରେ ‘ଓଡିଶା ସମାଚାର’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା। ଯଦି କୌଣସି ସହୃଦୟ ବ୍ୟକ୍ତି ଅଂଶୁମାନ ର ସନ୍ଧାନ ପାଆନ୍ତି ତେବେ ନିକଟସ୍ଥ ପୋଲିସ ଥାନା କିମ୍ବା ୪୨ ମୈ।ଜା ଥାନାକୁ 8270040893/8280405694 ନମ୍ବର ରେ ଜଣାଇବାକୁ ସବୁ ମହଲରୁ ନିବେଦନ କରାଯାଇଛି।
