ବାପା ମାନଙ୍କ ପାଇଁ ରାଜନୈତିକ କ୍ୟାରିଅରକୁ ଵାଜିରେ ଲଗାଇ ଦେଲେ ବିଧାୟକ ପୁଅ ଝିଅ

କଟକ ସଦର,୧୬/୦୩/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ବାପା ମାନଙ୍କୁ ଦଳ ଯେପରି ଭାବେ ହିନସ୍ତା କରିଥିଲା ତାହାର ଆଜି ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ ନିଜ ନିଜର ରାଜନୈତିକ କ୍ୟାରିଅର କୁ ଵାଜିରେ ଲଗାଇ ଦେଇଛନ୍ତି କଟକ ର ତିନି ଯୁବ ବିଧାୟକ/ବିଧାୟିକା । ବିଜେଡ଼ି ରୁ  ସୈ।ଭିକ ବିଶ୍ବାଳ ଓ ଦେଵୀ ରଞ୍ଜନ ତ୍ରିପାଠୀ ଓ କଂଗ୍ରେସରୁ ସୋଫିଆ ଫିରଦୋସ।

ଏମାନେ ସମସ୍ତେ ଆଜି ଦଳୀୟ ହୁଇପ୍ କୁ ପାଦରେ ଦଳି ମକଚି ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲିପ ରାୟଙ୍କୁ ଭୋଟ ଦେଇଥିବା ଗଣମାଧ୍ୟମରୁ ଜଣାପଡିଛି। ଏ ସମ୍ପର୍କରେ ସମସ୍ତ ତିନି ବିଧାୟକ କହିଛନ୍ତି ଯେ ଆମ ବାପା ମାନଙ୍କୁ ଦଳ ଯେଭଳି ଭାବେ ନିର୍ୟାତନା ଦେଇଛି ଆଜି ତାହାର ବଦଲା ନେଇ ଆମ୍ଭେମାନେ ନିଜକୁ ଧନ୍ୟ ମନେ କରୁଛୁ। ହେଲେ ବାପାଙ୍କ ପାଇଁ ନିଜ ନିଜର ରାଜନୈତିକ କ୍ୟାରିଅର କୁ ଵାଜିରେ ଲଗାଇଦେଲେ କି ପୁଅ ଝିଅ ମାନେ ବୋଲି ଚର୍ଚ୍ଚା ଜୋର ଧରିଛି।

 

Leave a Reply

Your email address will not be published. Required fields are marked *