ନିଖୋଜ ନାବାଳକ ଅଂଶୁମାନ ପରିଡ଼ାର ସନ୍ଧାନ ପାଇଁ ପୁରସ୍କାର ଘୋଷଣା 

କଟକ ସଦର,୩୦/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ କଟକ ସଦର ତଥା କମିଶନରେଟ ୪୨ ମୈ।ଜା ଥାନା ଅନ୍ତର୍ଗତ କଳପଡା ପଞ୍ଚାୟତ କଳପଡା ଗ୍ରାମର ସ୍ୱର୍ଗତ ସୁରେଶ ଚନ୍ଦ୍ର ପରିଡା ଙ୍କ ନାଵାଳକ ପୁଅ ଅଂଶୁମାନ ପରିଡ଼ା ଗତ ୨୭ ତାରିଖ ସଂଧ୍ୟାରେ କଳପଡା ଵଜାରରୁ କେଉଁ ଆଡେ ନିଖୋଜ ହୋଇଯାଇଥିଵା ଅଭିଯୋଗ ହୋଇଛି। ଘର ଲୋକେ ଅନେକ ଆଡେ ଖୋଜାଖୋଜି କରିବା ପରେ ଅଂଶୁମାନର କୈ।ଣସି ଖୋଜଖବର ନପାଇବାରୁ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

ଅଂଶୁମାନ ନିଖୋଜ ହେବା ଦିନ ଏକ ନାଲି ରଙ୍ଗର ଟି ସାର୍ଟ ଓ କଳା ରଙ୍ଗର ଫୁଲ ପ୍ୟାଣ୍ଟ୍ ପିନ୍ଧିଥିବା ଜଣାଯାଇଛି। ଅଂଶୁମାନର ସନ୍ଧାନ ପାଇଁ ୨୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା କରିଛି ପୋଲିସ। କୈ।ଣସି ସହୃଦୟ ବ୍ୟକ୍ତି ଅଂଶୁମାନ ର ସନ୍ଧାନ ପାଇଲେ ନିକଟସ୍ଥ ଥାନା କିମ୍ବା ୪୨ ମୈ।ଜା ଥାନା କୁ ଜଣାଇବାକୁ ସମାଜସେବୀ ଵିଜୟ କୁମାର ନାୟକ ନିବେଦନ କରିଛନ୍ତି।

Leave a Reply

Your email address will not be published. Required fields are marked *