ଦ୍ୱାରିକାମାଇ ପାଇଁ ଶ୍ରୀ ସାଇନାଥ ଙ୍କ ଫଟୋ ର ପୂଜା ସମ୍ପନ୍ନ

ଗରଦପୁର, ୩୦/୦୮/୨୦୨୬ (ଓଡ଼ିଶା ସମାଚାର)-ବସନ୍ତପୁର ଶ୍ରୀ ଶିରିଡି ସାଇ ମନ୍ଦିର ର ଦ୍ୱାରିକାମାଇ ପାଇଁ ଶ୍ରୀ ସାଇନାଥ ଙ୍କ ଫଟୋ ର ପୂଜା ଆଜି ରବିବାର ରାତିରେ ଆନ୍ତର୍ୟ୍ୟାତିକ ଖ୍ୟାତି ସମ୍ପନ୍ନ ଆଧ୍ୟାତ୍ମିକ ଚିନ୍ତକ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଜୀଙ୍କ କୃପାମୟ ଏବଂ ଦିବ୍ୟ ହସ୍ତରେ ସମ୍ପନ୍ନ ହୋଇଛି। ବସନ୍ତପୁର ଶ୍ରୀ ଶିରିଡି ସାଇ ମନ୍ଦିର ର ପରିଚାଳନା ଟ୍ରଷ୍ଟି ଡକ୍ଟର ରୁଦ୍ର ମହାନ୍ତି ଓ ସମ୍ପାଦକ ସୁନିଲ ମହାନ୍ତି ଙ୍କ ଉପସ୍ଥିତିରେ ଗୁରୁଜୀଙ୍କ ଅସୀମ କୃପା ଏବଂ ଆଶୀର୍ବାଦ ସହିତ ଶ୍ରୀ ସାଇନାଥ ଫଟୋ ର ପୂଜା ସମ୍ପନ୍ନ ହୋଇଥିଲା।


ବାବାଙ୍କ ଇଚ୍ଛା ଏବଂ ଗୁରୁଜୀଙ୍କ ଆଶୀର୍ବାଦ ଦ୍ୱାରା, ପବିତ୍ର ଫଟୋ ଏବେ ବସନ୍ତପୁର ଶ୍ରୀ ଶିରିଡି ସାଇ ମନ୍ଦିର ଦ୍ୱାରିକାମାଇକୁ ସଜ୍ଜିତ କରିବ, ସମସ୍ତ ଭକ୍ତଙ୍କ ଉପରେ କୃପା ବର୍ଷିବ । ବାବାଙ୍କ ନିକଟରେ ପ୍ରାର୍ଥନା ଯେ ସେ ଗୁରୁଜୀଙ୍କୁ ସୁସ୍ଥତା ପ୍ରଦାନ କରନ୍ତୁ ଏବଂ ସମସ୍ତ ଭକ୍ତଙ୍କୁ ଆଶୀର୍ବାଦ କରନ୍ତୁ।

Leave a Reply

Your email address will not be published. Required fields are marked *