କିଶନନଗର ଠାରେ ବ୍ଲକ୍ ସ୍ଥାପନ ହେବ ବୋଲି ସାଂସଦ ଭର୍ତୃହରି ଙ୍କ ବକ୍ତବ୍ୟରୁ ସ୍ପଷ୍ଟ, ଖୁସିର ଲହରୀ 

କଟକ ସଦର, ୧୪/୦୩/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆବଶ୍ୟକତା ଦୃଷ୍ଟିରୁ ଏଵଂ ଦୀର୍ଘ ଦିନର ଦାବିକୁ ଗୁରୁତ୍ୱ ଦେଇ କିଶନନଗର ଠାରେ ବ୍ଲକ୍ ସ୍ଥାପନ ହେବ ବୋଲି ସାଂସଦ ଭର୍ତୃହରି ମହତାବ ଙ୍କ ବକ୍ତବ୍ୟରୁ ସ୍ପଷ୍ଟ ହୋଇଛି। କିଶନନଗର ଠାରେ ଏସବିଆଇ ଶାଖା ଉଦଘାଟନ କରିବାକୁ ଆସି ସାଂସଦ ଭର୍ତୃହରି କହିଥିଲେ ଯେ କିଶନନଗର ଠାରେ ଡବଲ ଇଂଜିନ୍ ସରକାର ଖୁବ୍ ଶିଘ୍ର ଏକ ବଡ଼ ଭେଟି ଦେବାକୁ ଯାଉଛନ୍ତି। ଯାହାକି ବ୍ଲକ୍ କୁ ଇଙ୍ଗିତ କରୁଥିବା ଜଣାପଡିଥିଲା।

ଏଥିପାଇଁ ସାଧାରଣରେ ଖୁସିର ଲହରୀ ଖେଳିଯାଇଛି। ଅନ୍ୟପକ୍ଷରେ ବ୍ଲକ୍ ପାଇଁ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ଜଣାପଡ଼ିଥିବା ବେଳେ ନୂଆ ବ୍ଲକ ‌ହେଵ ନାଁ କଟକ ମହାନଗର ନିଗମ (ସିଏମସି) ଏଵଂ ùଚøଦ୍ୱ।ର-କଟକ ନିର୍ବାଚନ ମଣ୍ଡଳୀ ଭିତରେ ଥିବା କଟକ ସଦର ବ୍ଲକ କୁ କଟକ ସଦର ନିର୍ବାଚନମଣ୍ଡଳୀର କିଶନନଗର କୁ ସ୍ଥାନାନ୍ତରିତ କରାଯିବ ତାହା ସ୍ପଷ୍ଟ ହୋଇନାହିଁ। ତେବେ ସେ ଯାହା ହେଉନା କାହିଁକି କିଶନନଗର ଠାରେ ବ୍ଲକ୍ ହେବା ନିଶ୍ଚିତ ବୋଲି ଚର୍ଚ୍ଚା ଜୋର ଧରିଛି।

Leave a Reply

Your email address will not be published. Required fields are marked *