ଭୁବନେଶ୍ୱର, ୧୦/୧୧/୨୦୨୬(ଓଡ଼ିଶା ସମାଚାର)- ଦି ଇନ୍ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ, ଭୁବନେଶ୍ୱର ଶାଖାର ନୂତନ କର୍ମକର୍ତ୍ତା ଚୟନ ହୋଇଛି। ନଭେମ୍ବର ୯ ତାରିଖରେ ଅନୁଷ୍ଠିତ ପରିଚାଳନା କମିଟିର ପଞ୍ଚମ ବୈଠକରେ ସର୍ବସମ୍ମତିକ୍ରମେ ସିଏମ୍ଏ ସତ୍ୟ ସୁନ୍ଦର ମହାସୁଆର ନୂତନ ଅଧ୍ୟକ୍ଷ ଏବଂ ସିଏମ୍ଏ ସୁଭାଶିଷ ସାହୁ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି।
ସିଏମ୍ଏ ଅଜୟ କୁମାର ସାମଲ ସମ୍ପାଦକ ଏବଂ ସିଏମ୍ଏ ସୌମ୍ୟ ରଞ୍ଜନ ଜେନା କୋଷାଧ୍ୟକ୍ଷ ଭାବେ ଦାୟିତ୍ଵ ଅବ୍ୟାହତ ରଖିଛନ୍ତି। ନବନିର୍ବାଚିତ କର୍ମକର୍ତ୍ତାମାନେ ସିଏମ୍ଏ ବୃତ୍ତିର ଉତ୍କର୍ଷତା ବୃଦ୍ଧି, ସଦସ୍ୟମାନଙ୍କ ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା, ଦକ୍ଷତା ବିକାଶ ଏବଂ ଜ୍ଞାନ ଆଦାନପ୍ରଦାନକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ଏହାଦ୍ୱାରା ଅଞ୍ଚଳରେ ସିଏମ୍ଏ ବୃତ୍ତିର ନିରନ୍ତର ବିକାଶ ହୋଇପାରିବ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
