ବଡ଼ଚଣା, ୦୩/୦୨/୨୦୨୪ (ଓଡ଼ିଶା ସମାଚାର)- ବଡ଼ଚଣା ଶିକ୍ଷା ମଣ୍ଡଳ ଅଧୀନସ୍ଥ ବଡ଼ଚଣା ସରକାରୀ ଉଚ୍ଚ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ସଫଳତା ଆଣିଛି । ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ପୁରସ୍କାର ବିତରଣ ଉତ୍ସବରେ ଏହି ବିଦ୍ୟାଳୟ ଶିକ୍ଷୟତ୍ରୀ ସୁଜାତା ସୁଖଦାୟିନୀ ଆଚାର୍ଯ୍ୟ ,ନମିତା ସାହୁ ଭାଷା ବିଭାଗରେ ସଫଳତା ପାଇଁ ପୁରସ୍କୃତ ହୋଇଥିବା ବେଳେ କ୍ରୀଡା ଶିକ୍ଷକ ଶୈଳେଶ କୁମାର ମିଶ୍ର କ୍ରୀଡା ପାଇଁ ପୁରସ୍କୃତ ହୋଇଛନ୍ତି । ବିଦ୍ୟାଳୟ ର କୃତିଛାତ୍ରୀ ଆଶାଶ୍ରୀ ସାମଲ ବ୍ଲକସ୍ଥରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଛନ୍ତି । ଏଥିସହ ମୋ ସ୍କୁଲ ଅଭିଯାନ କମିଟି ଆଲୁମିନି ବିଭାଗରେ ଜିଲ୍ଲା ସ୍ଥରରେ ଅର୍ଥରାଶି ସହ ପୁରସ୍କୃତ ହୋଇଛନ୍ତି । କମିଟିର ସଭାପତି ସୁଧୀର କୁମାର ବରାଳ ,ସମ୍ପାଦକ ବିନୟ ପୃଷ୍ଟି ଏହି ପୁରସ୍କାର ରାଶି ଗ୍ରହଣ କରିଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରୀ ଏବଂ ପରିଚାଳନା କମିଟି ସଭ୍ୟଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀ ମନେ ଶୁଭେଛା ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ରେ ବଡ଼ଚଣା ସରକାରୀ ବିଦ୍ୟାଳୟ ର ସଫଳତା
