ସରବତୀ ଦେବୀ ମହିଳା ମହାବିଦ୍ୟାଳୟରେ “ ବନ୍ଦେ ଉତ୍କଳ ଜନନୀ” ଗାନ

ରାଜଗାଙ୍ଗପୁର୦୩ /୦୨/୨୦୨୪ (ଓଡ଼ିଶା ସମାଚାର)- ଓଡିଶାସରକାର ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶାନୁସରେ   ମହାବିଦ୍ୟାଳୟରେ ରାଜ୍ୟ ସଙ୍ଗୀତ “ ବନ୍ଦେ ଉତ୍କଳ ଜନନୀ “ ସାମୂହିକ ଭାବେ ଗାନ କରାଯାଇଥିଲା। ଏହିକାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିପିନ୍ ଚୌଧୁରୀ, ମହାବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଡ଼ କମଳ କୁମାରୀ ମିଶ୍ର ଏବଂ ସଦସ୍ୟା ଡ଼ ସରୋଜିନୀ ସାହୁ ଯୋଗଦାନ କରି ଓଡିଶାର ବରପୁତ୍ର ମାନଙ୍କ ଫଟୋଚିତ୍ରରେ ଫୁଲ ଅର୍ପଣ କରିବା ସହ ଛାତ୍ରୀଙ୍କୁ ଓଡିଆ ଭାଷାକୁ ଭଲ ପାଇବା ସହିତ ଭାଷାର ବିକାଶ ଦିଗରେ କାର୍ଯ୍ୟ କରିବା ପାଇଁ କହିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପକ ଅଧ୍ୟାପିକା ତଥା ମହାବିଦ୍ୟାଳୟର ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଛାତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତରହି ମିଳିତ ଭାବେ ରାଜ୍ୟସଙ୍ଗୀତ ଗାନ କରିଥିଲେ। ଏହି ଅବସରରେ ଓଡିଶାର ବରପୁତ୍ରମାନଙ୍କ ଦୃଢ ମନୋବୃତ୍ତି ଓ ତ୍ୟାଗକୁ ସ୍ମରଣକରି ସସମ୍ମାନ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ ପୂର୍ବକ ପୁଷ୍ପ ଅର୍ପଣ କରିଥିଲେ।“ବନ୍ଦେ ଉତ୍କଳ ଜନନୀ “ସଙ୍ଗୀତରେ ଛାତ୍ରଙ୍କ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ କରାଯିବା ସହ ଗଙ୍ଗାଧର ମେହେରଙ୍କ “ ବିଶ୍ଵ ଦେଖ ମଧୁମୟରେ ଜୀବନ “ ଗୀତ ଓଡିଆ ବିଭାଗର ଛାତ୍ରୀଙ୍କ ଦ୍ଵାରା ଗାନ କରାଯାଇଥିଲା। ଶେଷରେ ଓଡିଆ ପାରମ୍ପାରିକ ଆରିସା ଓ ଠେଠେରୀ ପିଠା ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ ସମସ୍ତ ଛାତ୍ରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ  ବିପିନ୍ ଚୌଧୁରୀ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ଏବଂ ଓଡିଆ ବିଭାଗୀୟ ମୁଖ୍ୟ ଡ଼ ସରିତା କିଣ୍ଡୋ ଙ୍କ  ଦ୍ଵାରା ପରିଚାଳିତ ହୋଇଥିଲା।

Leave a Reply

Your email address will not be published. Required fields are marked *